ଗୁମ୍ମା ବ୍ଲକରେ ଅଧ୍ୟକ୍ଷ ଉପନିର୍ବାଚନ,ଗିତାଞ୍ଜଳି ଭୂୟାଁ ବିଜୟୀ

0
153

ଗୁମ୍ମା,(ଓବି ନ୍ୟୁଜ) (ପ୍ରବୀନ କୁମାର ଳିମା) ; ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଧ୍ୟକ୍ଷ ଶ୍ରୀ ଗଜେନ୍ଦ୍ର ଗମାଙ୍ଗଙ୍କ ପରଲୋକ ହେବା ପରେ ଏହି ଅଧ୍ୟକ୍ଷ ପଦବୀ ଖାଲିପିଡ଼ିଥିଲା। ଏହି ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଉପନିର୍ବାଚନରେ ଗିତାଞ୍ଜଳି ଭୂୟାଁ ବିଜୟୀ ଘୋଷିତ ହୋଇଛନ୍ତି । ବୁଧବାର ଦିନ ହୋଇଥିବା ଏହି ଉପନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ଗିତାଞ୍ଜଳି ଭୂୟାଁ,ମିଖୋଲ ଭୂୟାଁ ପ୍ରତିଦ୍ବନ୍ଦିତା କରୁଥିଲେ । ଗୁମ୍ମା ବ୍ଲକରେ ୧୮ଟି ସମିତି ସଭ୍ୟଙ୍କୁ ନେଇକି ଏହି ଉପନିର୍ବାଚନ ହେଇଥିଲା । ଆଜି ଗୁମ୍ମା ବ୍ଲକ ସଭାଗୃହ ଠାରେ ବିଧିବଦ୍ଧ ଭାବେ ୧୦:୩୦ ସମୟରେ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ପରେ ଯାଞ୍ଚ କରାଯାଇଥିଲା ଏବଂ ସମୟ ୧୨ ଠାରୁ ୦୨ ପର୍ଯ୍ୟନ୍ତ ବହୁ ମୂଲ୍ୟ ମତଦାନ ଭୋଟ ନିଜର ପ୍ରାର୍ଥୀଙ୍କୁ ଦେଇଥିଲେ। ଶେଷରେ ବିଧିବଦ୍ଧ ଭାବେ ତଦନ୍ତ କରି ଭୋଟ ଗଣନା କରାଯାଇଥିଲା । ମୋଟ ୧୮ ଖଣ୍ଡ ଭୋଟ ମଧ୍ୟରୁ କଂଗ୍ରେସର ସମର୍ଥିତ ଗିତାଞ୍ଜଳି ଭୂୟାଁଙ୍କୁ ସର୍ବାଧିକ ୧୦ ଭୋଟ ପାଇଥିବା ବେଳେ ମିଖୋଲ ଭୂୟାଁ ୮ ଖଣ୍ତ ଭୋଟ ପାଇଥିଲେ। ଗିତାଞ୍ଜଳି ଭୂୟାଁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ମିଖୋଲ ଭୂୟାଁଙ୍କ ଠାରୁ ୨ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଥିଲେ । ଗିତାଞ୍ଜଳି ବିଜୟୀ ହେବାପରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ,ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା,କଂଗ୍ରେସର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପସଭାପତି ପ୍ରବୀନ କୁମାର ଳିମା, ବିଜେପି ବିଧାୟକ ପ୍ରତିନିଧି କୃଷ୍ଣଚନ୍ଦ୍ର ବିଶୋଇ, ବ୍ଲକ କଂଗ୍ରେସ ସଭାପତି ବେରନିକ ଗମାଙ୍ଗ, ଯୁବ ସଭାପତି ମୋଣ୍ଟୁ ପାଣି ଓ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ମାନେ ତାଙ୍କୁ ଫୁଲତଡା ଦେଇ ସ୍ୱାଗତ ଜଣାଇଥିଲେ । ଅଧ୍ୟକ୍ଷା ଗିତାଞ୍ଜଳିଙ୍କ କହିବା ଅନୁଯାୟୀ ଗୁମ୍ମା ବ୍ଲକରେ ରହିଥିବା ସମସ୍ୟା ଗୁଡ଼ିକର ସମାଧାନ କରିବି ମୁଖ୍ୟତଃ ବ୍ଲକର ଉନୟନ ମୂଳକ ଦିଗରେ କାମ କରିବି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here