ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଂଟ

0
38

ଗୁମ୍ମା (ଓବି ନ୍ୟୁଜ)(ପ୍ରବୀନ କୁମାର ଲିମା) : ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ମୁଖ୍ୟ ରାସ୍ତା ତଥା ବିଦ୍ଯୁତ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଏକ ବିଦ୍ଯୁତ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିପ୍ରତି ବିଭାଗର ଦୃଷ୍ଟି ନ ପଡ଼ିବା ଚିନ୍ତାର ବିଷୟ ପାଲଟିଛି । ଏହି ଖୁଣ୍ଟ ବହୁ ବର୍ଷ ହେଲା ରାସ୍ତାକଡ଼ରେ ରହିଛି। ଏହି ଉପରେ ୧୧କେଭି ବିଦ୍ଯୁତ ତାର ଯାଇଛି। ଏଥିସହ ସେହି ଖୁଣ୍ଟରୁ ବିଭିନ୍ନ ଘର ଓ ଦୋକାନକୁ ବିଦ୍ଯୁତ ସଂଯୋଗ ମଧ୍ୟ ହୋଇଛି । କିନ୍ତୁ ଖୁଣ୍ଟଟି ବହୁ ପୁରଣା ହୋଇଥିବାରୁ ଏହାର ତଳପଟେ କଳଙ୍କି ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ତ୍ତମାନ ବର୍ଷାଦିନ ଥିବାରୁ ବର୍ଷା ଲାଗି ରହିବାର ସମ୍ବାବନା ମଧ୍ୟ ରହିଛି ।

ଏହା ମୁଖ୍ୟ ରାସ୍ତା ଉପରେ ଥିବାରୁ ପ୍ରତି ଦିନ ଶହ ଶହ ଗାଡ଼ି ଯିବାଆସିବା କରୁଛି । ଏହା ନିକଟରେ ବହୁ ଦୋକାନ ଓ ସ୍ଥାୟୀ ଗୃହ ରହିଛି। ଖୁଣ୍ଟ ଯଦି ପଡ଼ିଯାଏ ତେବେ ବହୁ ଧନ ଜୀବନ ହାନି ହେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ଏହି ଖୁଣ୍ଟକୁ ବଦଳାଇବା ପାଇଁ ଦାବି ହେଉଛି ଅନେକ ବାର ଵିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଅବହେଳା କରୁଥିବା ଜଣାପଡିଛି । ଏନେଇ ସାଧାରଣରେ ତୀବ୍ର ଅସନ୍ତୁଷ୍ଟ ଦେଖାଦେବା ସହ ସରକାରଙ୍କ ତିତିଲି,ଫୋନୀ ପରି ମହାବାତ୍ୟାରେ କ୍ଷୟକ୍ଷତି ଆକଳନରେ ଏ ଖୁଣ୍ଟ କାହିଁକି ବାଦ ପଡ଼ିଥିଲା ତାହା ପ୍ରଶ୍ନବାଛି ସୃଷ୍ଟି କରିଛି । ସେପଟେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଆଚାର୍ଯ୍ୟ କହିବା ଅନୁସାରେ ସେ ଖୁଣ୍ଟ ପଡ଼ିବାର ନାହିଁ ସେହି ଖୁଣ୍ଟକୁ ରସି ଦ୍ୱାରା ବନ୍ଧା ଯାଇଛି । କରନା ପାଇଁ କାମ ବନ୍ଦ ଅଛି ଶୀଘ୍ର କରାଯିବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here