ଆକାଂକ୍ଷା’ର ପ୍ରାକ୍ତନ ସଭାନେତ୍ରୀ ସ୍ୱର୍ଗତା ମିନାକ୍ଷୀ ସାହୁ’ଙ୍କ ସ୍ମୃତିଚାରଣ ସଭା

0
91

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ  ଆଶୀର୍ବାଦ ଭବନ ଠାରେ ଆଜି ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା’ର ପ୍ରାକ୍ତନ ସଭାନେତ୍ରୀ ସ୍ଵର୍ଗତ ମୀନାକ୍ଷୀ ସାହୁ’ଙ୍କ ପ୍ରଥମ ପୂଣ୍ୟତିଥି’ରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।                                                           ।ଉକ୍ତ ସଭାରେ ଅଗ୍ରଣୀ ମହିଳା ସଙ୍ଗଠନ’ “ଆକାଂକ୍ଷା'”ର ଉପଦେଷ୍ଟା ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ,  କାର୍ଯ୍ୟକାରୀଣି ସଭାନେତ୍ରୀ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ , ସଂପାଦିକା ମୀନା କୁମାରୀ ଟହଲ , ଉପସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର , ସଙ୍ଗଠନ’ର ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ , ଶ୍ରୀମତୀ ଭାଗ୍ୟଲତା ନାୟକ ,  ଶୀମତୀ ସୁନିତା ରଥ ପ୍ରମୁଖ ଯୋଗ ଦେଇ ‘ଆକାଂକ୍ଷା’ର ପ୍ରାକ୍ତନ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ’ଙ୍କ ସ୍ମୃତି ଚାରଣ କରି ସଙ୍ଗଠନ ପ୍ରତି ତାଙ୍କର ଅବଦାନ , ସମର୍ପିତ ଭାବନା ଓ ସଙ୍ଗଠନ’ର କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଷରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ କିପରି ମୃତ୍ୟୁବରଣ କରିଥିଲେ , ସେ ବିଷୟରେ ନିଜ ନିଜ’ର ବକ୍ତବ୍ୟ ରଖିଥିଲେ।।                                                                 ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ସତ୍ତ୍ୱେ ‘ଆକାଂକ୍ଷା’ ସଙ୍ଗଠନ’ର କାର୍ଯ୍ୟକ୍ରମ ସବୁ ଆଗାମୀ ଦିନ ମାନଙ୍କ’ରେ ଜାରୀ ରଖିପାରିଲେ ତାହାହିଁ ମୀନାକ୍ଷୀ’ଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଉପସ୍ଥିତ ସମସ୍ତେ ମତ ପୋଷଣ କରିଥଲେ।

LEAVE A REPLY

Please enter your comment!
Please enter your name here