ଡକାୟତି ଘଟଣାରେ 5 ଗିରଫ

0
6

ମାଲକାନଗିରି (ଓବି ନ୍ୟୁଜ) (ଏମ୍ ଚନ୍ଦ୍ର ରାଓ) ; ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମୃତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ଗତକାଲି ରାତ୍ରରେ ଡକାୟତି ଘଟଣାରେ ମାଥିଲି ପୋଲିସ ସାମ୍ବାଦିକଙ୍କ ସହ ପାଂଚଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସ୍.ଡି.ପି.ଓ. ଅବିଳାଷ ଜି. ସୂଚନା ଦେଇଛନ୍ତି ସୂଚନା ମୁତାବକ ରାମଚନ୍ଦ୍ର ନାଗ ନାମକ ଜଣେ ବ୍ୟକ୍ତି ଗତ ଚାରିମାସ ପର୍ବରୁ ମାଥିଲି ବ୍ଲକ ବର୍ଷାଜଳ କ୍ଷେତ୍ର ବିକାଶ ପ୍ରକଳ୍ପରେ ଅର୍ଥ ଆଦାୟ ଏଜେଟ ଭାବେ କାର୍ଯ୍ୟ କରୁଥିଲେ ସେହି ପ୍ରକଳ୍ପ ଅଧିନରେ ବ୍ଲକର ମେଣ୍ଡୁକୁଲି, ଦୋରାଗୁଡା, ରାମାଗୁଡା ଓ ଦାମନଗୁଡା ଗ୍ରାମର ସତାଧୀକ ହିତାଧିକାରଙ୍କ ଠାରୁ ଚାରା ଗଛ, ସାର, ବିହନ କୃଷି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ମୋଟ ୮,୭୧,୦୦୦ ଆଦାୟ କରି ନିଜ ପାଖରେ ରଖିଥିଲେ । ଜଳ ବିଭାଜିକା ମୂଳକୁ ଉପ ନିର୍ଦ୍ଦେଶକ ପ୍ରମୋଦ କୁମାର ବେହେରା ଫୋନ ଯୋଗେ ଅର୍ଥ ପୈଠ କରିବା ପାଇଁ ରାମଚନ୍ଦ୍ରଙ୍କୁ ଜଣାଇଥିଲେ । ରାମଚନ୍ଦ୍ର ଗତକାଲି ରାତିରେ ୮,୭୧,୦୦୦ ଟଙ୍କା ଶ୍ରୀ ବେହେରାଙ୍କ ନିକଟରେ ଦାଖଲ କରିଥିଲେ । ରାମଚନ୍ଦ୍ର ଶ୍ରୀ ବେହେରାଙ୍କୁ ହିତାଧିକାରୀଙ୍କ ନାମ ଲେଖିବା ପାଇଁ ଡାଇରି ଗୋଟିଏ ଦିଅନ୍ତୁ ବୋଲି ମାଗିବାରୁ ଶ୍ରୀ ବେହେରା ଡାଇରି ଖୋଳିବା ସମୟରେ ହଠାତ୍ ବାରିଜଣ ମୁଖାପିନ୍ଧା ଯୁବକ ଶ୍ରୀ ବେହେରାଙ୍କୁ ଛୁରି ଦେଖାଇ ସମସ୍ତ ଟଙ୍କା ନେଇ ମଟର ସାଇକେଲ ଯୋଗେ ଫେରାର ହୋଇ ଯାଇଥିଲେ ଶ୍ରୀ ବେହେରା ତୁରନ୍ତ ମାଥିଲି ଥାନାରେ ଏ ବିଷୟରେ ଜଣାଇଲା ପରେ ମାଥିଲି ଥାନା ଆଇ.ଆଇ.ସି. ରଘୁନାଥ ମାଝି ଓ ପୋଲିସ କର୍ମଚାରୀ ମାନେ ସଦଳବଳେ ଚୋରମାନଙ୍କ ପିଛା କରି ଚାରିଜଣଙ୍କୁ କାବୁ କରିଥିଲେ ଧରା ପଡିଥିବା ୫ ଜଣଙ୍କ ମଧ୍ୟରୁ ଜଣେ ମେଟ୍ରୋ ଟିଭିର ସାମ୍ବାଦିକ ବୋଲି ଏସ.ଡି.ପି.ଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here