ରଣ୍ଢାରେ ଯୁବକଙ୍କୁ ହତ୍ୟା, ଗୋଳନ୍ଥରା ଥାନାରେ ଦୁଇ ଅଟକ

0
105

ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ)(ଟୁଟୁ ମହାପାତ୍ର): ସ୍ଥାନୀୟ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ସାହି ରେ ଗତକାଲି ବିଳମ୍ବିତ ରାତି ରେ ଦିଲୀପ ଦାସ ନାମକ ଜଣେ 38 ବର୍ଷୀୟ ଯୁବକଙ୍କୁ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ଘଟଣା ସୂତ୍ରରୁ ପ୍ରକାଶ ଯେ, ଗୋଲନ୍ଥରା ଥାନା ଅନ୍ତର୍ଗତ ଝିକିପଦର ଗ୍ରାମର ଦିଲୀପ ଦାସ ରଣ୍ଢା ହରିଜନ ସାହି ରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ 8 ବର୍ଷ ର ଝିଅ ଟି ଅଛି । ଗତ କିଛି ଦିନ ଧରି ସେ ନିଜର ପତ୍ନୀଙ୍କ ସହ ରଣ୍ଢାରେ ବସ ବାସ କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ସାହିର ବିନୋଦ ଦାସଙ୍କ 400 ଶହ ଟଙ୍କା ହଜିଯାଇଥିଲା, ସେ ଦିଲୀପ ଉପରେ ସନ୍ଦେହ କରି ରାତି ରେ ତୋ ଲେଖା ଦେଖିବି ବୋଲି ଧମକ ଦେଇଥିଲା । ରାତିରେ ଦିଲୀପ ଖାଇ ସାରି ପଡିଶାରେ ଥିବା କାଳୁ ଦାସଙ୍କ ଛାତ ଉପରକୁ ଶୋଇବା ପାଇଁ ଯାଇଥିଲା । ବିଳମ୍ବିତ ରାତି ପ୍ରାୟ 11.30 ସମୟରେ ସାହି ମଣ୍ଡପରେ ଶୋଇଥିବା ବିନୋଦ ମଣ୍ଡପ ନିକଟରେ ପଡ଼ିଥିବା ଏକ ପଥର ନେଇ ଶୋଇଥିବା ଅବସ୍ଥାରେ ଦିଲୀପର ମୁଣ୍ଡକୁ ଲକ୍ଷ କରି ପଥରଟି ଛେଚି ଦେଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ଦିଲୀପ ର ମୄର୍ତ୍ୟୁ ଘଟିଥିଲା । କୌଣସି ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ବିନୋଦ ଦାସ ଏବଂ ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ସିମାଞ୍ଚଳ ଦାସ ନାମକ ଜଣେ ଯୁବକଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here