ଯୁବକକୁ ଗଳା କାଟି ହତ୍ୟା

0
94

ଚୌଦ୍ୱାର (ଓବି ନ୍ୟୁଜ)(ନବୀନ ରାଓ): କଟକ ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୁଣା ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଥିବା ସାଇରାମ ରୋଡ଼ ଲାଇନସ ଟ୍ରାନ୍ସପୋର୍ଟ କର୍ମଚାରୀ ଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ଜଣଙ୍କ ଚୌଦ୍ୱାର ଓଟିଏମ୍ କଲୋନୀର ଅଶୋକ ମହାନ୍ତି ବୋଲି ଜଣାପଡିଛି । ଗତକାଲି ରାତ୍ରି ପ୍ରାୟ ୯ ଘଟିକା ସମୟରେ କୌଣସି କାରଣରୁ କିଛି ଲୋକଙ୍କ ସହ ତାର ଝଗଡା ହେଇଥିଲା ଏବଂ ସେମାନେ ତାକୁ ଘଟଣା ସ୍ଥଳରେ ଗଳା କାଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ପରେ ସେଠାରେ ଉପସ୍ଥିତ ଥିବା ହୋଟେଲ ଓ ଅନ୍ୟାନ୍ୟ ଦୋକାନୀ ମାନେ ବନ୍ଦ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ଏସ୍ ଡି ପି ଓ ସତ୍ୟବ୍ରତ ଲେଙ୍କା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଟାଙ୍ଗୀ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଅପରାଧୀ ଧରା ପଡିବେ ବୋଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here