ଗଞ୍ଜାମ ଜିଲ୍ଲାର ୫ ପୁରୁଷ ଓ ୨ ମହିଳା ବକ୍ସରଙ୍କ ହରିୟାଣା ଯାତ୍ରା

0
30

ବ୍ରହ୍ମପୁର(ଓବି ନ୍ୟୁଜ) (ଅମର ଦାଶ): ଚଳିତ ୧୮ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବାକୁ ଥିବା ଜାତୀୟ ବକ୍ସିଂ ଚମ୍ପିଆନ୍ ସିପ୍ -୨୦୨୧ ଆଜି ହରିୟାଣାର ଅଭିମୁଖେ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତା ଶନିପଥ୍ ସହରର ଦିଲ୍ଲୀ ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାର ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳି ମାନେ ହେଲେ ପୁରୁଷ- ଜି. କାର୍ତିକ (୪୮କେଜି), ଟୁଲୁ ସେଠୀ (୫୨କେଜି), ଅନ୍ତର୍ଯ୍ୟାମୀ ବେହେରା (୬୦କେଜି), ଅଶିତ୍ ପାଣିଗ୍ରାହୀ (୬୩.୫ କେଜି), ରୋହନ ସାହୁ (୬୭ କେଜି), ମହିଳା- ସୁନିତା ଗୌଡ଼ (୫୧କେଜି), ଏନ୍‌. ବିଣାପାଣି ପାତ୍ର (୭୫କେଜି), କୋଚ୍ ମ୍ୟାନେଜର ଭାବେ ଗୌରୀ ପଣ୍ଡା, ଏନ୍‌. ମାଧବ, ସଞ୍ଜୟ କୁମାର ସେଠୀଙ୍କ ସମେତ ଜାତୀୟ ରେଫେରୀ ତଥା ସ୍ଥାନୀୟ କୋଚ୍ ଶିଶିର କୁମାର ପାଣିଗ୍ରାହୀ ଯାତ୍ରା କରୁଛନ୍ତି । ଓଡ଼ିଶା ବକ୍ସିଂ ଆସୋସିଏସନ୍ ର ସମ୍ପାଦକ ଅନୀଲ ବହିଦାର ଏହି ପ୍ରତିଯୋଗିତାକୁ ପରିଚାଳନା କରିବେ ବୋଲି ଜିଲ୍ଲା ବକ୍ସିଂ ସେକ୍ରେଟାରୀ କେ. ପ୍ରଭାକର ରାଓ ଜଣାଇଛନ୍ତି । ଜିଡିଏଏର ସମ୍ପାଦକ ଅଶୋକ ସାହୁ, ବକ୍ସିଂ ଆର/ ଜେ ଲଡ଼ୁ କିଶୋର ସାହୁ, କୋଚ୍ ଶିବରାମ ପାତ୍ର, ସୁମନ ଦାସ, ବୁଲୁ ପାତ୍ର, ଅଜିତ ମୁଖୀ, ଅବିନାଶ ନାୟକ ଓ ଜିଡିଏଏର ବହୁ ସଭ୍ୟ, ସ୍ଥାନୀୟ ବକ୍ସରଙ୍କ ସମେତ ଆନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here