ସବୁ ଜିଲ୍ଲା କୁ ଗଡ଼ିଲା ବସ

0
31

ବ୍ରହ୍ମପୁର(ଓବି ନ୍ୟୁଜ) (କେ. ଶିବକ୍ରିଷ୍ଣା):ବ୍ରହ୍ମପୁର ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଆଜିଠାରୁ ସବୁ ଜିଲ୍ଲାକୁ ଚାଲିଲା ବସ । ପୂର୍ବରୁ କେବଳ ଗ୍ରୀନ ଜୋନ୍ ତଥା କେଟଗୋରୀ ଏ-ରେ ଥିବା ଜିଲ୍ଲା ମଧ୍ୟରେ ଗାଡି ଚଳାଚଳ ପାଇଁ ଅନୁମତି ମିଳିଥିଲା । ତେବେ ବିଭିନ୍ନ ଜିଲ୍ଲାରେ କୋଭିଡ଼ ସ୍ଥିତି ରେ ସୁଧାର ଆସିଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେବା ସହ ଜିମ, ସ୍ପା ଆଦି ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୂର୍ବ ପରି ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସମେତ ପାର୍କ, ସିନେମା ହଲ ଆଦି ବନ୍ଦ ରହିବ । ଏହି ନିୟମ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ରାଜ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ଯାତ୍ରୀଙ୍କ ଅଭାବ ବସ ମାଲିକ ଓ କର୍ମଚାରୀ ଙ୍କୁ ଚିନ୍ତାରେ ପକାଇଛି ।

LEAVE A REPLY

Please enter your comment!
Please enter your name here