ବ୍ଲକ ଅଧ୍ୟକ୍ଷଙ୍କ ପଂଚାୟତରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ମାରାଥନ ଉଦଘାଟନ ଓ ଶିଳାନ୍ୟାସ

0
15

ଛତ୍ରପୁର (ଓବି ନ୍ୟୁଜ) ; ଛତ୍ରପୁର ବ୍ଲକର ଚିକଲଖଣ୍ଡି ପଂଚାୟତର ବହୁ ପ୍ରକଳ୍ପ ଗୁଡିକ ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ରାଜ୍ୟ କୃଷି ବିପଣ ନିଗମର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ର ମାରାଥନ ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡିଙ୍କ ଖୋଦ୍ ନିଜ ପଞ୍ଚାୟତ (ଚିକଲଖଣ୍ଡି) ର ବାଲିବଗଡ ଗ୍ରାମରେ ସଭା ମଣ୍ଡପ, ଦାମିୟାନ ନଗରରେ ଅଙ୍ଗନବାଡି କେନ୍ଦ୍ର, ଶାନ୍ତି ନଗର ପ୍ରଧାନ ସାହିରେ କୋଠ ଘର, ବାସନାପଲ୍ଲୀ ଗ୍ରାମରେ ରୋଷେଇ ଘର ଓ ତ୍ରିନାଥ ମନ୍ଦିର, ପୁରୁଣାପାଟ୍ଟଣା ଗ୍ରାମରେ ରାଉଳ କୁଳର କୋଠଘର, ଚିକଲଖଣ୍ଡି ଠାରେ ପଂଚାୟତ ସ୍ତରୀୟ ମହିଳା ସଂଘ କାର୍ଯ୍ୟାଳୟ, ସୁଚନା କେନ୍ଦ୍ର, ସଭା ମଣ୍ଡପ (ରାଉଳ ସାହି), ହାଇସ୍କୁଲ ବିଲଡିଙ୍ଗ, ଝରପୋଖରି ଗ୍ରାମରେ ସଭା ମଣ୍ଡପ, ସାହେବଜେନାପଲ୍ଲୀ ଗ୍ରାମରେ ରୋଷେଇ ଘର ଓ ସଭା ମଣ୍ଡପ ପ୍ରକଳ୍ପ ଗୁଡିକୁ ଉଭୟ ସାଂସଦ ଶ୍ରୀ ସାହୁ , ବିଧାୟକ ଶ୍ରୀ ବେହେରା ଓ ରାଜ୍ୟ କୃଷି ବିପଣ ନିଗମର ଉପଦେଷ୍ଟା ଶ୍ରୀ ପଣ୍ଡା ଉଦଘାଟନ କରିଛନ୍ତି । ସେହିପରି ଚିକଲଖଣ୍ଡି ଓ ସାହେବଜେନାପଲ୍ଲୀ ଗ୍ରାମରେ ଗୋଟିଏ ଲେଖାଁଏ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚିକଲଖଣ୍ଡି ସରପଂଚ ଡି.ଲକ୍ଷ୍ମୀ ରେଡ୍ଡି, ପୂର୍ବତନ ସରପଂଚ ଡି. ଋାମସ୍ୱାମୀ ରେଡ୍ଡି, ଏସ୍ କାନ୍ତେୟା ରେଡ୍ଡି, ପୁର୍ବତନ ସମିତିସଭ୍ୟ ସୁଶାନ୍ତ ସାହୁ. ଅଭିରାମ ପ୍ରଧାନ, ହରେକୃଷ୍ଣ ଗୌଡ, ସନ୍ତୋଷ କୁମାର ବେହେରା, ଦୁର୍ଯ୍ୟ ରେଡ୍ଡି, ହରିବନ୍ଧୁ ପ୍ରଧାନ, ଶ୍ରିନିବାସ ରେଡ୍ଡି, ଡି. ସିବାରାଓ, ଚନ୍ଦ୍ର ଶେଖର ରେଡ୍ଡି, ଭିଏଲଡବ୍ଲୁ ଏ. ରଘୁନାଥ, ଓଡିଶା ଜିବିକା ପ୍ରକଳ୍ପର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବହୁ ମହିଳା ଓ ପଂଚବାୟତ ବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here