ସବୁ ନୁହେଁ ଏକା ପରି……

0
172

ସବୁ ମଣିଷର ନୁହେଁ ଏକ ମନ
ସବୁ ମନ ନୁହେଁ
ଏକ ଜୀବନ l
ସବୁ ଜୀବନେରେ ନୁହେଁ
ଗୋଟିଏ କାହାଣୀ
ସବୁ କାହାଣୀରେ ନୁହେଁ
ଗୋଟିଏ ଚହାଣୀ
ସବୁ ଚାହାଣୀରେ ନଥାଏ
କେବଳ ଆଖିରେ ଆଖିରେ ବାଣୀ
ସବୁ ବାଣୀରେ ନଥାଏ
ମନ ଲୋଭା କଥାରାଣି l

ସବୁ ଫୁଲରେ ନଥାଏ ସୁଗନ୍ଧ
ସବୁ ସୁଗନ୍ଧରେ ନଥାଏ ଆନନ୍ଦ

ସବୁ ଆନନ୍ଦ ନୁହେଁ ଭଲପାଇବା
ସବୁ ଭଲପାଇବା ରେ ନଥାଏ ଅନ୍ତରୀକତା l
ସବୁ ଭଲପାଇବା ରେ ନଥାଏ
ସବୁ ରଙ୍ଗ ଆଉ ସେହି
ରଙ୍ଗରୁ ମିଳିଥାଏ କିଛି କିଛି ଭାଙ୍ଗ
ସେହି ଭଙ୍ଗରେ ମିଳିଥାଏ
ଗୋଟିଏ ସାଙ୍ଗ
ସବୁ ସାଙ୍ଗ ନୁହେଁ ଏକା ନିଜର
ମୁଁ ହେବି ତୁମପାଇଁ…..
ଯୁଗ ଯୁଗର…l

LEAVE A REPLY

Please enter your comment!
Please enter your name here