“ଦୁଃଖ ସହିବାକୁ ଆଉ ନାହିଁ ସାହାସ’ ଭଜନ ଭିଡ଼ିଓ ଲୋକାର୍ପିତ

0
9

ବ୍ରହ୍ମପୁର(ଓବି ନ୍ୟୁଜ)(ଅମର କୁମାର ଦାଶ):ପବିତ୍ର ହେରା ପଞ୍ଚମୀ ଅବସରରେ ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡ଼ିଓ “ଦୁଃଖ ସହିବାକୁ ଆଉ ନାହିଁ ସାହାସ’ ଲୋକାର୍ପିତ ହୋଇଯାଛଇ । ଜେନା ସାହି କଲ୍ୟାଣ ମଣ୍ଡପ ଠାରେ ଏହି ଭଜନ ଲୋକାର୍ପିତ ହୋଇଯାଇଛି । ବ୍ରହ୍ମପୁରର ରବୀନ କ୍ରିଏସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭଜନ ଭିଡ଼ିଓରେ ଚିରାଚରିତ କାହାଣୀ ଠାରୁ ଭିନ୍ନ ନିଆରା ସ୍ୱାଦର ଏକ କାହାଣୀ ସମାବିଷ୍ଟ ହୋଇଛି । ରବିନ ସାହୁ ଏହାର ପ୍ରଯୋଜନା କରିଥିବା ବେଳେ ପ୍ରଭାତ ପ୍ରତିନିଧି ସଂଗୀତ ନିର୍ଦ୍ଦେଶନା, ତୁମ୍ବେଶ କୁମାର କଣ୍ଠଦାନ, ସାଇ ଲକ୍ଷ୍ମଣ ସଂଗୀତ ସଂଯୋଜନା, କୁରେଶ ଚିତ୍ରୋତ୍ତଳନ, ଦିନେଶ କୁମାର ଗୌଡ଼ ଭିଡ଼ିଓ ସମ୍ପାଦନା କରିଛନ୍ତି । ସନ୍ୟାସୀ ମହାରଣା, ସୁଦୀପ ସାହୁ, ରଶ୍ମିତା କୁମାରୀ ଦଳାଇ, କମଳ ପାତ୍ର ଏଥିରେ ଅଭିନୟ କରିଥିବା ବେଳେ ବଦ୍ରିନାଥ ପଣ୍ଡା ଓ ଚିକୁ ପ୍ରତିନିଧି ପରିଚାଳନାରେ ସହଯୋଗ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଲୋକାର୍ପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ କଳାଞ୍ଜଳି ଟ୍ରଷ୍ଟର ମୁଖ୍ୟ ପରିଚାଳିକା ରାମେଶ୍ୱରୀ ନନ୍ଦ ଯୋଗ ଦେଇ ଭଜନ ଭିଡ଼ିଓଟିକୁ ଉନ୍ମୋଚନ କରିଥିଲେ । ଗଞ୍ଜାମର କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡ଼ିଓଟି ବେଶ ଆଦୃତ ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here