ଛତ୍ରପୁର ବ୍ଲକର ୧୦ ବେସରକସରୀ ସ୍କୁଲର ସିଓଆର ନାହିଁ ସେଠାରେ ପଢୁଥିବା ପିଲାଙ୍କ ଅଭିଭାବକ ଚିନ୍ତିତ

0
74

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଖରାଛୁଟି ପରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସବୁ ଖୋଲି ଯାଇଛି । ପିଲାଏ ବହି ବସ୍ତାନୀ ଧରି ଆନନ୍ଦର ସହସ୍କୁଲକୁ ଯାଉଛନ୍ତି । ତେବେ କେତେକ ବେସରକାରୀ ବିଦ୍ୟାଳୟର ଅଭିଭାବକଙ୍କ ମନରେ ଆନନ୍ଦ ନଥିବା ଦେଖିବାକୁ ମିଳିଛି । ତାର କାରଣ ହେଲା ସେମାନଙ୍କ ପିଲା ପଢୁଥିବା ବିଦ୍ୟାଳୟର ସିଓଆର ନାହିଁ । ସେମାନେ ଶିକ୍ଷାବର୍ଷ ଆରମ୍ଭରେ ମୋଟା ଅଙ୍କର ଟଙ୍କା ବାନ୍ଧିଛନ୍ତି । ଛତ୍ରପୁର ବ୍ଲକ ଅଞ୍ଚଳରେ ୧୦ଟି ବେସରକାରୀ ବିଦ୍ୟାଳୟ ଅଛି ଯାହାରକି ସିଓଆର ବା ଏନଓସି ନାହିଁ । ସେହି ବିଦ୍ୟାଳୟ ଗୁଡିକ ହେଲା ଚମାଖଣ୍ଡିର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର,କୃଷ୍ଣଚନ୍ଦ୍ରନଗରଡିହର ବୁଦ୍ଧିପ୍ରିୟ ଶିଶୁ ବିଦ୍ୟାମନ୍ଦିର,ସୁନ୍ଦରପୁରର ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ନରେନ୍ଦ୍ରପୁରର ସାଇ ଗୁରୁକୁଳ ପବ୍ଲିକ ସ୍କୁଲ,ଲକ୍ଷ୍ମୀପୁରର ଜ୍ଞାନବିକାଶ ରେସିଡେନସିଏଲ ସ୍କୁଲ,ମହାନାଦପୁରର ସରସ୍ୱତୀ ଶିଶୁ ବିଦ୍ୟାଭବନ,ଆଇଆରଇ ଛକ କାଳିଆବାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ,ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ,ଜିଲ୍ଲାପାଳ ବାସଭବନ ନିକଟରେ ଥିବା ପବ୍ଲିକ ସ୍କୁଲ,ପଟ୍ଟନାୟକ କଲୋନୀ ସ୍ଥିତ ବିଦ୍ୟା ଇ-ଟେକ୍ନୋ ସ୍କୁଲ । ତେବେ ଆର‌୍ୟ୍ୟପଲ୍ଲୀସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନର ଆଦୈା ସିଓଆର ନଥିବା ଜଣାପଡିଛି । ଏହି ସମସ୍ତ ତଥ୍ୟ ବଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ରାଙ୍କ ୭୦୩୯/ତା-୪.୬.୨୦୧୯ରୁ ଜଣାପଡିଛି ।ଏଥି ମଧ୍ୟରେ ଉପରୋକ୍ତ ସ୍କୁଲ ଗୁଡିକ ମଧ୍ୟରୁ କେତେକ ବିଦ୍ୟାଳୟ ଏନଓସି ପାଇଁ ଦରଖାସ୍ତ କରିସାରି ଛନ୍ତି । ତେବେ ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ରହିବାର ଆବଶ୍ୟକତା ରହିଛି । ସେହିପରି ୨୦୧୧ ମସିହା ଠାରୁ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଓଟିଇଟି କରିବା ବାଧ୍ୟତା ମୂଳକ ହୋଇଯାଇଛି । ବେସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଏନଆଇଓଏସ ପକ୍ଷରୁ ମଧ୍ୟ ଡିଏଲଇଢି ତାଲିମ ଦେବାର ବ୍ୟବସ୍ଥା କରାଯିବା ଫଳରେ ବହୁ ଶିକ୍ଷକ ତାଲିମ ପ୍ରାପ୍ତ ହୋଇପାରିଛନ୍ତି । ମାତ୍ର ସିଓଆର ନଥିବା ସମସ୍ତ ୧୦ଟି ଯାକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଓଙ୍କିଇଟି ନଥିବା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି । ତାଛଡା ଅଧିକାଂଶ ବିଦ୍ୟାଳୟର ନିଜସ୍ୱ କୋଠା ମଧ୍ୟ ନାହିଁ । ସବୁ ବିଦ୍ୟାଳୟ ୧୦ରୁ ଅଧିକ ବର୍ଷ ହେଲା ଚାଲିଆସୁଥିଲା । ଏବେ ହଠାତ ଶିକ୍ଷା ବିଭାଗ ସିଓଆର ନଥିବା ବିଦ୍ୟାଳୟ ଗୁଡିକରେ ପିଲାଙ୍କୁ ଜଏନ ନକରିବାକୁ କହିବା ଫଳରେ ଅଭିଭାବକ ମାନେ କଣ କରିବେ କିଛି ଠିକ କରିପାରୁ ନାହାନ୍ତି । ସେହି ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପରାମର୍ଶ ଦେବାକୁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here