ମୋ ସ୍ମୃତିରୁ ଅନୁଭୂତି

0
74

ମୁଁ ନୁହେଁ ଗାୟୀକା ନୁହେଁ ଗୀତିକା
ଛୋଟ ଏକ ଗୋଟେ ଫୁଲ
ସେମାନେ ଯେବେ ଗା’ନ୍ତି ଗୀତ
ଦୁନିଆ ବୁଝେ ତା ମୁଲ
ମୋ ଗୀତ ଛୁଏଁ ଜଣକ ମନ
ଯାହାକୁ ପାଏ ମୁଁ ଭଲ ।

ମୁଁ ନୁହେଁ ସବିତା ନୁହେଁ ଚନ୍ଦ୍ରିକା
ଛୋଟ ଏକ ଗୋଟେ ତାରା
ତା ଚାରିପାଖେ କରିବି ମୁଁହି
ପ୍ରୀତିର ଆଲୋକ ଭରା
କି ଲାଭ ମୋର ଏଇ ଜୀବନରେ
ଗୀତ ଲେଖି ଗୀତ ଗାଇ
ମୋ ମନର ଗୀତ ସେଇ ଏକା ଶୁଣୁ
ଗାଉଛି ମୁଁ ଜାହାପାଇଁ l

ମୁଁ ନୁହେଁ ଗଙ୍ଗା ନୁହେଁ କାବେରୀ
ଛୋଟ ପିଉସ ଧାରା
ମେଣ୍ଟେଇବି ମୁଁହି ତୃଷ୍ଣାକୁ ତାର
ଦେଇ ଅମୃତ ଧାରା….ll

ଶୂନ୍ୟ ଆକାଶେ ଅନେକ ତାରା
ମୋ ପାଇଁ ଅନେକ ଭଲ
ଲୋଡ଼ା ନାହିଁ ମୋର ଅନେକ ତାରା
ମୋ ପାଇଁ ଗୋଟିଏ ଭଲ…l
ଲୋଡ଼ା ନାହିଁ ମୋର ବଗିଚା ସାରା
ଲୋଡ଼ା ମୋର ଗୋଟେ ଫୁଲ…l

ମୁଁ ନୁହେଁ ପରି ନୁହେଁ ବିହଙ୍ଗ
ଛୋଟ ଏକ ପ୍ରଜାପତି…
ଉଡି ଉଡି ମୁଁହି
ସବୁବେଳେ କହି
ତା ମନ ଛୁଇଁବା ପାଇଁ…ll

ସେମାନେ ଯେବେ ଗା’ନ୍ତି ଗୀତ
ଦୁନିଆ ବୁଝେ ତା ମୂଲ,
ମୋ ଗୀତ ଛୁଏଁ ଜଣକ ମନ
ଯାହାକୁ ପାଏ ମୁଁ ଭଲ…..
ଯାହାକୁ ପାଏ ମୁଁ ଭଲ…ll

LEAVE A REPLY

Please enter your comment!
Please enter your name here