ଛତ୍ରପୁର ତାଡେପଲ୍ଲୀ ସାହି ବଡ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜିଉଙ୍କ ବାମନ ଓ ପର୍ଶୁରାମ ଅବତାର

0
26

ଛତ୍ରପୁର (ଓବି ନ୍ୟୁଜ) ; ସାରା ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ କଟକଣା ଯୋଗୁଁ ରଥ ଗଡିପାଲିଲା ନାହିଁ । ଫଳରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥଙ୍କ ରିତୀନୀତି ମନ୍ଦିର ସେବାୟତ ମାନଙ୍କ ଦ୍ୱାରା କୋଭିଡ୍ ନିୟମ ଅନୁଯାୟୀ ପାଳନ କରାଯାଇଥିଲା । ଏହି କ୍ରମେ ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଅସ୍ଥାୟୀ ରଥ ନିର୍ମାଣ କରାଯାଇ ରଥଯାତ୍ରା ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶନିବାର ମହାପ୍ରଭୁ ଙ୍କୁ ବାମନ ଓ ପର୍ଶୁରାମ ବେଶରେ ସୁସଜ୍ଜିତ କରାଯାଇଥିଲା । କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ଭକ୍ତ ମାନେ ଭଗବାନଙ୍କ ଏହି ବାମନ ଓ ପର୍ଶୁରାମ ବେଶକୁ ଦର୍ଶନ କରିନପରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here