ଭାରତୀୟ ବିରଳ ମୃତ୍ତିକା ନିକଟ ବାଲିଖାଲରୁ ଅଚିହ୍ନା ଶବ ଉଦ୍ଧାର କଲା ଚମାଖଣ୍ଡି ଥାନା ପୋଲିସ୍

0
5

ଛତ୍ରପୁର (ଓବି ନ୍ୟୁଜ) ; ଚମାଖଣ୍ଡି ଥାନା ଅନ୍ତର୍ଗତ ମାଟିଖାଲ ସ୍ଥିତ ଭାରତୀୟ ବିରଳ ମୃତ୍ତିକା (କମ୍ପାନୀ) ଏସଏମଟି-୨ ନିକଟ ଏକ ପରିତ୍ୟକ୍ତ ବାଲି ଖାଲରୁ ଗତକାଲି ବିଳମ୍ବିତ ରାତ୍ରିରେ ଅଚିହ୍ନା ଶବ ଉଦ୍ଧାର କରିଛି ଚମାଖଣ୍ଡି ଥାନା ପୋଲିସ୍ । ସୂଚନା ଯୋଗ୍ୟ ଯେ, ଭାରତୀୟ ବିରଳ ମୃତ୍ତିକା ପକ୍ଷରୁ ମେସିନ୍ ସହାୟତାରେ କଳାବାଲି ବାହାର କରିବା ଦ୍ୱାରା ସେହି ଅଂଚଳ ଗୁଡିକ ଗଭୀର ଖାଲ ହୋଇ ରହିବା ପରେ ବର୍ଷା ପାଣି ଭର୍ତ୍ତି ହୋଇ କୃତ୍ତିମ ପୋଖରି ରେ ପରିଣତ ହୋଇଥିଲା । ଯାହା ଫଳରେ ବିଭିନ୍ନ ଯାନବାହାନ ର ଡ୍ରାଇଭର ଓ ହେଲପର ମାନେ ସେହି ବାଲି ଖାଲକୁ ଗାଧେଇବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପରି ଗତକାଲି ଏକ ଅଚିହ୍ନା ଶବ ଏହି ଗଭୀର ବାଲି ଖାଲରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାର ସୁଚନା ପାଇ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନବୀନ ଚନ୍ଦ୍ର ଚୈାଧୁରୀ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିବା ସହ ଅଚିହ୍ନା ଶବକୁ ଉଦ୍ଧାର କରି ୫/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ । ମୃତ ଅଚିହ୍ନା ବ୍ୟକ୍ତି ଜଣକ କୌଣସି ଗାଡିର ଡ୍ରାଇଭର କିମ୍ବା ହେଲପର ହୋଇଥିବା ପୋଲିସ୍ ସନ୍ଦେହ କରୁଛି । ଉକ୍ତ ବ୍ୟକ୍ତି ଜଣଙ୍କ ପରିଚୟ ଜଣା ପଡିନଥିବା ବେଳେ ବୟସ ପ୍ରାୟ ୪୦ ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here