ଭାରତୀୟ ସୁରକ୍ଷା ବଳକୁ ମିଳିଲା ଅତ୍ୟାଧୁନିକ ମେସିନ ଗନ

0
48

ଚୌଦ୍ୱାର (ଓବି ନ୍ୟୁଜ)(ନବୀନ ରାଓ): ଭାରତୀୟ ସୁରକ୍ଷା ବଳକୁ ମିଳିଲା ନୂଆ ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ସ୍ବଦେଶୀ ନିର୍ମିତ ଅତ୍ଯାଧୁନିକ କ୍ଷମତା ସମ୍ପନ୍ନ ହେଭି ମେସିନ ଗନ । ତାମିଲନାଡୁର ତ୍ରୀଚିରାପଲ୍ଲୀ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏହାକୁ ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୫ଟି ହେଭି ମେସିନଗନକୁ ଭାରତୀୟ ସୁରକ୍ଷାବଳକୁ ହସ୍ତାନ୍ତର କରାଯିବ। ଏଥିମଧ୍ୟରୁ ୧୫ଟି ମେସିନଗନ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବାକୁ ଥିବାବେଳେ ଅବଶିଷ୍ଟ ୧୦ଟି କୁ ଭାରତୀୟ ତଟରକ୍ଷୀ ବାହୀନିକୁ ହସ୍ତାନ୍ତର କରାଯିବ । ଭାରତକୁ ଇସ୍ରାଏଲ ଜ୍ଞାନ କୌଶଳ ବିନିମୟ ଫଳରେ ଭାରତରେ ଏହି ଅତ୍ୟାଧୁନିକ ତଥା ଉଚ୍ଚ ଶକ୍ତି ସମ୍ପନ୍ନ ମେସିନ ଗନ ନିର୍ମାଣ ସମ୍ଭବ ହୋଇ ପାରିଛି । ଆଗାମୀ ଦିନରେ ଏହାର ଉତ୍ପାଦନ ଜାରି ରଖିବା ସହ ପର୍ଯ୍ୟାୟ କ୍ରମେ ଭାରତୀୟ ସୁରକ୍ଷା ବଳରେ ସାମିଲ ପ୍ରକ୍ରିୟା ଜାରି ରହିବ ।ଶକ୍ତିଶାଳୀ ହେବ ଭାରତୀୟ ନୌସେନା ସାମିଲ ହେବ ହେଭି ମେସିନ ଗନ ।

LEAVE A REPLY

Please enter your comment!
Please enter your name here