ସୁନ୍ଦରପୁର ଗ୍ରାମରେ ବଡ ମା କୁ ହତ୍ୟା କରାଯାଇଥିବା ମାମଲାରେ ଗିରଫ ପୁତୁରା କୁ କୋର୍ଟ ଚାଲାଣ କଲା ପୋଲିସ୍

0
4

ଛତ୍ରପୁର (ଓବି ନ୍ୟୁଜ) ; ବଡ ମା କୁ ହତ୍ୟା କରିଥିବା ଅଭିଯୋଗ ରେ ଗିରଫ ହୋଇଥିବା ପୁତୁରା ସୀତାରାମ ମଣ୍ଡଳକୁ ଛତ୍ରପୁର ଥାନା ପକ୍ଷରୁ ଆଜି କୋର୍ଟ ଚାଲାଣ କରାଯାଇଛି । ଗତ ୧୫ ତାରିଖ (ଗୁରୁବାର) ଦିନ ଛତ୍ରପୁର ଥାନା ଅଧୀନସ୍ଥ ସୁନ୍ଦରପୁର ଗ୍ରାମର ଦୁର୍ଗା ଚରଣ ମଣ୍ଡଳଙ୍କ ମା ପାରାଲିସ୍ ରୋଗରେ ପିଡିତା ପଦ୍ମାବତୀ ମଣ୍ଡଳ (୭୫) ନିଜ ଘରେ ଶୋଇଥିବା ବେଳେ ତାଙ୍କୁ ତାଙ୍କ ପୁତୁରା ସିତାରାମ ମଣ୍ଡଳ କାତିରେ ହାଣି ହତ୍ୟା କରି ସେଠାରୁ ଚମ୍ପଟ ହୋଇଯାଇଥିଲା । ଏନେଇ ପଦ୍ମାବତୀଙ୍କ ପୁଅ ଦୁର୍ଗା ଚରଣ ମଣ୍ଡଳ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଛତ୍ରପୁର ଥାନାର ସେକେଣ୍ଡ ଅଫିସର ସତ୍ୟଜିତ ବେଣିଆ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗରେ ଛତ୍ରପୁର ପୋଲିସ୍ ବଳରାମପୁର ଗ୍ରାମକୁ ଯାୟାୟତ ରାସ୍ତାରେ ଥିବା ଡାଲଖାଇ ମନ୍ଦିର ନିକଟରୁ ସୀତାରାମ କୁ ଗିରଫ କରିଥିଲେ । ସୋମାବାର କୋର୍ଟ ଚାଲାଣ କରାଯାଇଥିବା ସେକେଣ୍ଡ ଅଫିସର ଶ୍ରୀ ବେଣିଆ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here