ଅହେତୁକ ବିଜୁଳି କାଟ ଓ ଦରବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ

0
0

ଶେରଗଡ଼ (ଓବି ନ୍ୟୁଜ)(ପ୍ରସାଦ ସାହୁ): କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ବାରମ୍ବାର ବିଦ୍ୟୁତ କାଟ ଓ ବାରମ୍ବାର ଦରବୃଦ୍ଧି କୁ ଦୃଷ୍ଟିରେ ରଖି ଆଜି ଶେରଗଡ଼ ବିଜେପି ପକ୍ଷରୁ ଶେରଗଡ ପ୍ରଭାରୀ ପ୍ରଦୀପ ସାହୁ,ଶେରଗଡ ମଣ୍ଡଳ ସଭାପତି ରାମକୃଷ୍ଣ ପାତ୍ର, ଧବଳପୁର ମଣ୍ଡଳ ସଞ୍ଜୟ ପ୍ରଧାନ,ଜୟଦେବ ଜେନା ଆଦି ଶେରଗଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ବିଦ୍ୟୁତ ବିଭାଗ ଓ ଏସଡିଓ ଙ୍କ ଅଫିସ ଆଗରେ ଓଡିଶା ସରକାର ଙ୍କ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀ ମାନ ଙ୍କୁ ବିଦ୍ୟୁତ ବଣ୍ଟନ ଦାୟିତ୍ବ ଦେଇ ଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଏହି ଦାୟିତ୍ବ ଦିଆଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ବିଦ୍ୟୁତ୍ କ୍ଷେତ୍ରରେ ଯେତେ ପ୍ରକାର କ୍ଷତି ଓ ଅହେତୁକ ଲାଭ କୁ ଭରଣା କରିବା ପାଇଁ ସରକାର ବିଦ୍ୟୁତ ଶୁଳ୍କର ବୃଦ୍ଧି କରି ଉପଭୋକ୍ତା ମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଛନ୍ତି । ଏବେ କରୋନା ସମୟ ରେ ଜନସାଧାରଣ ଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ରାଜ୍ୟ ସରକାର ବେଆଇନ ଓ ବିନା ବିଚାର ରେ ଏହି ଅହେତୁକ ବିଦ୍ୟୁତ୍ ଶୁଳ୍କ ର ବୋଝ ଲଦି ଦେଇଛନ୍ତି । ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ବିତରଣ କଂପାନୀ ଫାଇଦାରେ ଧୃତରାଷ୍ଟ୍ର ସାଜି ଥିବା ବେଳେ ଓଡିଶା ସରକାର ମଧ୍ୟ କଂପାନୀର ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି । ଯାହା କି ବିଗତ ୨ ବର୍ଷ ଭିତରେ ବିଦ୍ୟୁତ ଦେୟ ସାମାନ୍ୟ ପରିବର୍ତ୍ତନ କରିବା ସହ କରୋନା ସମୟରେ ଦୁଇ ଦୁଇ ଥର ବିଦ୍ୟୁତ୍ ଶୁଳ୍ମ ବୃଦ୍ଧି କରି ହାରାହାରି ଉପଭୋକ୍ତା ପିଛା ୨୫୦ରୁ ୭୫୦ ଟଙ୍କା ବା ତାଠୁ ଅଧିକ ବିଦ୍ୟୁତ ଶୁଳ୍କ ବଢ଼ାଇଛନ୍ତି । ସରକାର ବିଧାନସଭାରେ ଦେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିନାହାନ୍ତି । ରାଜ୍ୟବାସୀ ଙ୍କ ସ୍ବାର୍ଥ ଅପେକ୍ଷା କଂପାନୀର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଅନ୍ୟପକ୍ଷରେ ଦେଶର ସମସ୍ତ ରାଜ୍ୟ ସରକାର ତାଙ୍କ ରାଜ୍ୟରେ ବିଦ୍ୟୁତ ଦେୟ କ୍ଷେତ୍ର ରେ ସବସିଡି ପ୍ରଦାନ କରୁଛନ୍ତି । ବିଶେଷ କରି ଓଡିଶାର ପରି ପାର୍ଶ୍ୱରେ ଥିବା ସମସ୍ତ ରାଜ୍ୟ ସବସିଡି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର ସବସିଡି ପ୍ରତି ଆଖବୁଜି ଦେଇଛନ୍ତି ।
ତେଣୁ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଦତ୍ତ ସ୍ମାରକପତ୍ର ଆଧାରରେ ବିଦ୍ୟୁତ ଶୁଳ୍କ କମାଇବା ସହିତ ବର୍ଦ୍ଧିତ ବିଦ୍ୟୁତ ଶୁକ୍ଳ ପ୍ରତ୍ୟା ହାର କରାଯାଉ। ଏବଂ ବେଆଇନ୍ ଭାବେ ପ୍ରଥମ ୧୦୦ ୟୁନିଟକୁ (୫୦ +୫୦) ଦୁଇଟି ସ୍ଲାବକରି ଗରିବ ଲୋକମାନଙ୍କୁ ଆଶାତୀତ ଶୁଳ୍କ ଦେବାକୁ ବାଧ୍ୟ କରାଯାଇଛି ତା’ର ପରିବର୍ତ୍ତନ କରି ୧ ରୁ ୧୪୦ ୟୁନିଟ୍ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ ହେଉ ବିଦ୍ୟୁତ’ ବଣ୍ଟନରେ ଗ୍ରାମାଞ୍ଚଳ ପ୍ରତି ସଂପୂର୍ଣ୍ଣ ଅବିଚାର କରାଯାଉଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲୋ- ଭୋଲଟେଜ୍, ଏବଂ ଅଘୋଷିତ ବିଦ୍ୟୁତ କଟା ଯୋଗୁଁ ପିଲାମାନେ ପାଠ ପଢାପଢି କରିପାରୁନାହାନ୍ତି । ଏଣୁ ବିଦ୍ୟୁତ୍‌ ସରବରାହରେ ସଠିକ୍ ଲୋ ଭୋଲ୍ଟେଜ ଯୋଗାଇବାର ବ୍ୟବସ୍ଥା ବିଜେପି ପକ୍ଷରୁ ଦାବି ହୋଇଥିଲା। ଶେରଗଡ ପ୍ରଭାରୀ ପ୍ରଦୀପ ସାହୁ,ଶେରଗଡ ମଣ୍ଡଳ ସଭାପତି ରାମକୃଷ୍ଣ ପାତ୍ର, ଧବଳପୁର ମଣ୍ଡଳ ସଭାପତି ପଞ୍ଚାନନ ଡାକୁଆ,ଜଗନ୍ନାଥ ପାତ୍ର, ରାମକୃଷ୍ଣ ପାତ୍ର,ସଞ୍ଜୟ ଜେନା, ସଞ୍ଜୟ ପ୍ରଧାନ,ଜୟଦେବ ଜେନା ଆଦି ଶେରଗଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ବିଦୂତ ବିଭାଗ ଓ ଏସଡିଓ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |

LEAVE A REPLY

Please enter your comment!
Please enter your name here