ମହିଳାଙ୍କ ସଂନ୍ଦେହେଜନକ ମୄର୍ତ୍ୟୁ ଘଟଣା : ପୋଲିସ ଉପସ୍ଥିତରେ ଯୌତୁକ ସାମଗ୍ରୀ ଫେରେସ୍ତ

0
11

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗତ 8 ରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହି ରେ ଜଣେ ଵିବାହିତ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା l ଘଟଣାର ତିନିଦିନ ପରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେବା ପରେ ରବିବାର ଗଞ୍ଜାମ ଥାନା ପୋଲିସ କେଶ ନ ୧୨୧/୨୧ ମାମଲା ରୁଜୁ କରିଵା ସହ ସ୍ୱାମୀ ଜଗଦିଶ ମହାଙ୍କୁଡ (ଜଗୁ )ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ମହିଳା ମୁତ୍ୟୁ ର 12 ଦିନ ପରେ ମୁତ ମହିଳାଙ୍କ ପରିବାର ଝିଅ ବାହାଘର ସମୟରେ ଦେଇଥିବା ଯୌତୁକ ସାମଗ୍ରୀ ସ୍ଥାନୀୟ ପୋଲିସ ଉପସ୍ଥିତି ରେ ମଙ୍ଗଳବାର ପୁଅ ଘର ପକ୍ଷରୁ ଫେରସ୍ତ କରାଯାଇଛି l ସୂଚନା ଯୋଗ୍ୟ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହି ର ଉଲ୍ଲାସ ମହାଙ୍କୁଡ ଙ୍କ ପୁଅ ଜଗଦୀଶ ଗତ ଦୁଇ ବର୍ଷ ତଳେ ଛତ୍ରପୁର ଥାନା ଲକ୍ଷ୍ମୀପୁର ଗ୍ରାମର ଭିକାରି ଗୌଡ଼ ଙ୍କ ଝିଅ ପ୍ରିୟଙ୍କାଙ୍କୁ ବିଭାହ କରିଥିଲେ l ଅନ୍ୟ ପଟେ ସ୍ୱାମୀ ଜାଗା ଅନ୍ୟ ଜଣେ ଝିଅ ସହ ଘନିଷ୍ଠ ସମ୍ପର୍କ ଥିବା ରୁ ସବୁବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିରହୁଥିଲା l ଏବଂ ଘଟଣା ଦିନ ରାତିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ବୋଲି ପଡିଶା ଘରଲୋକ କହିଥିଲେ l ଗତ ଆଠ ରେ ପ୍ରିୟଙ୍କା ଆତ୍ମହତ୍ୟା କରିଦେଇଛି କହି ମୃତ ଦେହ କୁ ପୋଡିଦେବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଥିବା ବେଳେ ଝିଅ ଘର ଲୋକେ ଆସି ଆମ ଝିଅ କୁ ହତ୍ୟା କରାଯାଇଛି ବୋଲି ମୃତ ମହିଳା ଙ୍କ ଆଇ ଶଶୀ ଗୌଡ଼ ଅଭିଯୋଗ କରିଥିଲେ l ମୂର୍ତ ମହିଳା ଙ୍କ ପରିବାର ପକ୍ଷରୁ ଝିଅ କୁ ହତ୍ୟା କରାଯାଇଛି ବୋଲି ଥାନାରେ ଏତଲା ଦେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରିଥିଲା l ମୃତ ମହିଳା ଙ୍କ ଦେଢ଼ ବର୍ଷର ଗୋଟିଏ କନ୍ୟା ସନ୍ତାନ ଥିବା ଜଣା ପଡିଛି l

LEAVE A REPLY

Please enter your comment!
Please enter your name here