ଆନ୍ଧ୍ରପ୍ରଦେଶ ଚୋରା ଚାଳନ ହେଉଥିବା ବେଳେ ୧୫ ଶହ ଲିଟର ଦେଶୀମଦ ଜବତ : ୩ ଜଣ କୋର୍ଟ ଫରୱାର୍ଡ

0
1

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଖଲ୍ଲିକୋଟ ଅଞ୍ଚଳ ସାକିରି ଗ୍ରାମ ନିକଟ ରୁ ଆନ୍ଧ୍ରପ୍ରଦେଶ କୁ ଚୋରା ଚାଲାଣ ହେଉଥିବା ବେଳେ ୧୫ ଶହ ଲିଟର ଦେଶୀ ଆଇଡ଼ି ପ୍ୟାକେଟ ସହ ପିକଆପ ଭ୍ୟାନ କୁ ରମ୍ଭା ପୋଲିସ ପକ୍ଷରୁ ଜବତ କରାଯାଇଥିବା ସହ ତିନି ଜଣ ମଦ ବେପାରୀଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ
ସୋମବାର ଅପରାହ୍ନରେ ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ ଚାଲିଥିବା ବେଳେ ରମ୍ଭା ଜହମି ଛକ ନିକଟସ୍ଥ ବିରା ଢ଼ାବା ସମ୍ମୁଖରେ ଏପି ୩୦ଟିପି ୧୩୪୦ ନମ୍ବର ବିଶିଷ୍ଟ ଏକ ବୋଲେରୋ ପିକଆପ ଭ୍ୟାନ କୁ ଗୋଡ଼ାଇ ଧରିଥିଲେ।ସେଥିରେ ଆନ୍ଧ୍ରପ୍ରଦେଶ କୁ ଦେଶୀ ମଦପ୍ୟାକେଟ ଚୋରା ଚାଲାଣ କରୁଥିବା ଖଲ୍ଲିକୋଟ ବ୍ଲକ ଗୁହାରିଆ ପାଟ ର ଇନ୍ଦ୍ରଜିତ ଜାନୀ(୨୧),ଗଞ୍ଜାମ ବ୍ଲକ ଗଜପତି ନଗର ର ସଂଗ୍ରାମ ବେହେରା(୨୬),ଗୋଳନ୍ଥରା ରାମଚନ୍ଦ୍ର ଦୋରା(୩୯) ପ୍ରମୁଖ ମଦବେପାରି ଙ୍କୁ ଗିରଫ କରିବା ସହ ୩୪୪/୨୧ ପ୍ରକାରେ କେଶ ରୁଜୁ କରାଯାଇ କୋର୍ଟ ଫରୱାର୍ଡ କରାଯାଇଥିବା ରମ୍ଭା ପୋଲିସ ପକ୍ଷରୁ ସୂଚନା ମିଳିଛି
ରମ୍ଭା ଥାନା ଅଧିକାରୀ ଙ୍କ ସହ ଏସ ଆଇ ସଂଗ୍ରାମ ଦେଉରୀ,ଏ ଏସ ଆଇ ସୋମନାଥ ମହାରଣା,କନେଷ୍ଟେବଲ ଗଗନ ବିହାରୀ ପଣ୍ଡା,ତୁଳସୀ ରାମ ରେଡି,ଅରୁଣ କୁମାର ବେହେରା ପୋଲିସ ଟିମ ଚଢ଼ାଉ ବେଳେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here