ସ୍ୱସ୍ତି ଚିଲିକା ରିସୋର୍ଟ ର ୬ ଲକ୍ଷ ଟଙ୍କା ଡକାୟତି ମାମଲା ; ୮ ମାସ ପରେ ୩ ଡକାୟତ ସମେତ ତିନୋଟି ଦେଶୀ ପିସ୍ତଲ ଓ ଜୀବନ୍ତ ଗୁଳି ଓ ବାଇକ ,ନଗଦ ଟଙ୍କା ଜବତ ।

0
4

ଖଲ୍ଲିକୋଟ (ଓବି ନ୍ୟୁଜ) (ବିଭୁତି ଭୂଷଣ ତ୍ରିପାଠୀ) ; ଗତ ଡ଼ିସେମ୍ବର ମାସ ୨୮ ତାରିଖ ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସ୍ୱସ୍ତି ଚିଲିକା ରିସୋର୍ଟ ର ଡକାୟତ ହୋଇ ଥିବା ୬ ଲକ୍ଷ ଟଙ୍କା ସମେତ ତିନି ଗୋଟି ପିସ୍ତଲ , ଜୀବନ୍ତ ଗୁଳି ଓ ନଗଦ ଟଂକା ସହ ଡକାୟତ ରେ ବ୍ୟବହାର ହୋଇଥିବା କଳା ପଲସର ବାଇକ ସମେତ ୩ ଜଣ ଆନ୍ତଃ ଜିଲ୍ଳା ଡ଼କାୟତ ଖ ଲ୍ଲିକୋଟ ବଡ଼ଘାଟି ରୁ ଗିରଫ କରିଥିବା ଖ ଲ୍ଲିକୋଟ ଥାନା ପରିସର ରେ ଆୟୋଯିତ ଏକ ସାମ୍ବାଦିକ ସମିଳନୀ ରେ ଗଂଜାମ ଜିଲ୍ଲା ଅତିରିକ୍ତ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଓ.ଛତ୍ରପୁର SDPo ଗୌତମ କିସାନ ଖ ଲ୍ଲିକୋଟ IIc ସତ୍ୟ ରଂଜନ ପ୍ରଧନ ରମ୍ଭା IIc ଦୀପ୍ତି ରଂଜନ ବେହେରା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଗତ ୨୮ – ୮ -୨୦୨୦ ତଥା ଗତ ୮ ମାସ ତଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲ ପୁର ଗ୍ରାମ ଠାରେ ଥିବା ସ୍ୱସ୍ତି ଚିଳିକା ରିସୋର୍ଟ ର କ୍ୟାସିଅର ପ୍ରିୟରଞ୍ଜନ ସ୍ୱାଇଁ ଗାଡି ଚାଳକ akhaya ନ|ୟକ ଏକ ମହେନ୍ଦ୍ରା ସୁପର ଗାଡି ରେ 6 ଳକ୍ଷ ଟଂକା ଧରି ବାଲୁଗାଁ ଆନ୍ଧ୍ର ବ୍ୟାଙ୍କ ରେ ଜମା ଦେବା ପାଇଁ ଯାଉଥିବା ବେଳେ କାଳିଜାଇ ରେଳ ଫାଟକ ନିକଟରେ ଏକ କଳା ପଲସର ବାଇକ ଯୋଗେ ୩ ଜଣ ଡକାୟତ ଗାଡି ପିଛା କରି ଗାଡି ଚାଳକ ର ମୁଣ୍ଡ ରେ ପିସ୍ତଲ ରଖି ଏକ ଟଙ୍କା ଭର୍ତି ବ୍ୟାଗ କୁ ଛଡାଇ ନେଇ ପୁନର୍ବାର ଚିଲିକା ଅଭିମୁଖେ ଯାଇ ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କରେ ହୋଟେଲ ସ୍ୱସ୍ତି ର କ୍ୟାସିଅର ଶ୍ରୀ ସ୍ୱାଇଁ ଭେଜିପୁଟ ଫାଣ୍ଡି ଏକ ଏତଲା ଦେବା ପରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଓ ରମ୍ଭା ଥାନା ଅଧିକାରୀ ଓ ଖାଲ୍ଲିକୋଟ ଥାନା ଅଧିକାରୀ ଙ୍କୁ ନେଇ ଏକ ଟିମ ଗଠନ କରି ଥାନା କେସ ନ 546 /20 ରେ ଦଫା 392 ଓ 25 (1-B)27 ରେ ମାଙ୍କଡ଼ମା ରୁଜୁ କରି ତଦନ୍ତ ଆରମ୍ଭ କାରିଥିଲେ । ତେବେ ପୋଲିସ କୌଣସି ସୂତ୍ର ରୂ ଆଗୁଆ ସୂଚନା ପାଇ ଖ ଲ୍ଲିକୋଟ ବଡ଼ଘାଟି ରେ ସନ୍ଦେହ ଜନକ ଅବସ୍ଥା ରେ ବୁଲୁଥିବ| ଅବସ୍ଥା ରେ ଖ ଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ତ୍ରିଲୋଚନ ବେହେରା (36) ଓ ପିଣ୍ଡୁ ଦାସ ଓରଫ ଶୁକ(23) ପୁରୀ ଜିଲ୍ଲା ର ଭରତପୁର ଓ ଯତୀନ ରାୟଗୁରୁ 32 ଓରଫ ଲିପୁ ଶ୍ରୀରାମ ନଗର ବ୍ରହ୍ମ ପୁର ରୁ ଗିରଫ କରି ଜେରା କରିବା ପରେ ୩ ଗୋଟି ପିସ୍ତଲ ଓ ୧୩ ରାଉଣ୍ଡ ଜୀବନ୍ତ ଗୁଳି ,mobile , ନଗଦ 19 ହଜାର ଟଙ୍କା ଓ ଏକ କଳା ରଙ୍ଗ ପଲସର ବାଇକ ଜବତ କରି କୋର୍ଟ ପଠାଇଥିବା ଜଣାପଡିଛି । ତେବେ ତ୍ରିଲୋଚନା ବେହେରା ନାମରେ ଜିଲ୍ଲାର ବିଭିନ୍ନ ଥାନା ରେ ପ୍ରାୟ ୧୩ ମାମଲା ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ନାମରେ ମଧ୍ୟ ଚୋରି , ଡକାୟତି , ରାହାଜାନୀ ଭଳି ମାମଲା ଥିବା ପୋଲିସ ସୂତ୍ର ରୁ ଜଣାପଡିଛି |

LEAVE A REPLY

Please enter your comment!
Please enter your name here