ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

0
0

ବେଗୁନିଆପଡା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ) ;ଆଜି ଅପରାହ୍ନରେ ବଜ୍ରଘାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ପ୍ରକାରେ ଆଜି ଅପରାହ୍ନ ରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡଖଇରିଖମା ପଞ୍ଚାୟତ ର ଗୁଞ୍ଜବାଳା ଗ୍ରାମର ତୋଫାନ ପ୍ରଧାନଙ୍କ ପତ୍ନୀ ଚନ୍ଦ୍ରମା ପ୍ରଧାନ (38) ନିଜ ଚାଷ ଜମିକୁ ଯାଇ କାମ କରୁଥିବା ସମୟ ରେ ହଠାତ ବଜ୍ରାଘାତ ହୋଇଥିଲା ଫଳରେ ଚନ୍ଦ୍ରମା ବିଲରେ ଓଲଟି ପଡ଼ିଥିଲେ । ଖବରପାଇ ପରିବାର ଲୋକେ ବିଲକୁ ଯାଇ ଚନ୍ଦ୍ରମା କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ପରେ ଖବର ପାଇ ଡାକ୍ତର ଖାନା ରେ କୋଦଳା ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଚନ୍ଦ୍ରମାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଅସହାୟ ପରିବାରକୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here