ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ପରିଚାଳନା ରେ ତ୍ରୁଟି କୁ ନେଇ ବିଜେପି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
1

ବେଗୁନିଆପଡା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ) ;ଓଡ଼ିଶା ରେ ଯଥେଷ୍ଟ ପରିମାଣରେ ବିଦ୍ୟୁତ ଉତ୍ପାଦନ କରାଯାଉଥିଲେ ଲୋକ ଙ୍କ ଉପରେ ଶୁଳ୍କବୃଦ୍ଧି ହେଉଛି । ବିଦ୍ୟୁତ ବିଭାଗ କୁ ଟାଟା ପାୱାର ହାତରେ ଟେକିଦେଇ କମ୍ପାନୀ ଶାସନ ଚଲେଇଥିବା ବେଳେ, କମ୍ପାନୀ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । କୋଦଳା ଓ ବେଗୁନିଆପଡା ଅଂଚଳରେ ଲୋ ଭୋଲ୍ଟେଜ ସମସ୍ୟା, ଗ୍ରାମାଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ରେ ଅତିଷ୍ଠ ସାଧାରଣ ଲୋକେ । ଅନ୍ୟପକ୍ଷରେ ଚାଷୀଙ୍କ ସମସ୍ୟା ମଧ୍ୟ ରହିଛି । ଅନେକ ଲୋକଙ୍କ ବିଦ୍ୟୁତ ବିଲ ତୃଟି ପୂର୍ଣ୍ଣ ଭାବେ ଆସୁଛି । ବିଦ୍ୟୁତ ବିଲ ଯେପରି ବୃଦ୍ଧି ପାଉଛି, ସେହି ଅନୁସାରେ ସେବା କାହିଁକି ବିଭାଗ ଯୋଗାଇ ଦେଉନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। କେବଳ ଜୁଲମ କଲା ଭଳି ବିଦ୍ୟୁତ ବିଲ ପୈଠ କର ନଚେତ ଲାଇନ କାଟିଦେବୁ କହି, ସାଧାରଣ ଗରିବ ଲୋକଙ୍କୁ ଧମକ ଦିଆଯାଉଛି । ଅନ୍ୟପକ୍ଷରେ ବଡ଼ ବଡ଼ କମ୍ପାନୀ, କାରଖାନା, ମିଲ, ସରକାରୀ କାର୍ଯ୍ୟାଳୟ ରେ ଲକ୍ଷ ଲକ୍ଷ ଟଙ୍କା ବକେୟା ଥିଲେ ମଧ୍ୟ, ସେମାନଙ୍କୁ କିଛି କରାଯାଉ ନାହିଁ । ଏ କି ପ୍ରକାର ନୀତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ରଞ୍ଜନ ପଲାଇ । ଏହା ସହ ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ ସହ ଚାଷୀ ଓ ଶୀତଳ ଭଣ୍ଡାର କୁ ବିଦ୍ୟୁତ ଯୋଗାଣ ରେ ରିହାତି ପ୍ରଦାନ ଆଦି ୫ ଦଫା ଦାବୀରେ ବିଜେପି ପକ୍ଷରୁ କୋଦଳା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ନିକଟକୁ ସହକାରୀ ଯନ୍ତ୍ରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ସମାବେଶରେ ବରିଷ୍ଠ ବିଜେପି ନେତା ରଞ୍ଜନ ପଲେଇ ଙ୍କ ସମେତ ମଣ୍ଡଳ ସଭାପତି ମଧୁସୂଦନ ଜେନା, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ, ନିରଞ୍ଜନ ସ୍ୱାଇଁ, ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ, ପ୍ରଶାନ୍ତ ସାହୁ, ମିଟୁ ନାହାକ, ମନୋଜ ପଲାଇ, କବିରାଜ ସାହୁ, ସୁଶାନ୍ତ ମିଶ୍ର ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here