ପୌରପାଳିକାରେ ୬ ଗୋଟି ବ୍ୟାଟେରୀ ଚାଳିତ “ସ୍ଵଚ୍ଛ ସବାରୀ”ର ଉଦଘାଟନ

0
14

ଚୌଦ୍ୱାର (ଓବି ନ୍ୟୁଜ)(ନବୀନ ରାଓ): କଟକ ଜିଲ୍ଲାର ଚୌଦ୍ଵାର ପୌରପାଳିକା କାର୍ଯ୍ୟାଳୟ ଠାରେ ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳଙ୍କ ଦ୍ୱାରା ପ୍ରତ୍ୟେକ ୨.୬୦ ଲକ୍ଷ ଟଙ୍କା ବ୍ୟୟରେ ୬ ଗୋଟି ବ୍ୟାଟେରୀ ଚାଳିତ ଉଭୟ ଓଦା ଓ ଶୁଖିଲା ଅଳିଆ ଆବର୍ଜ୍ଜନା ସଂଗ୍ରହ ଯାନ ବା “ସ୍ଵଚ୍ଛ ସବାରୀ”ର ଶୁଭ ଉଦଘାଟନ ହୋଇଯାଇଛି । ଏଭଳି କାର୍ଯ୍ୟକ୍ରମ ଜରିଆରେ ମହିଳା ମାନଙ୍କ ସଶକ୍ତିକରଣ ଏବଂ ପୌରାଞ୍ଚଳର ସ୍ଵଚ୍ଛତାକୁ ଗୁରୁତ୍ବ ଦେଇ ଏହି ଆବର୍ଜ୍ଜନା ସଂଗ୍ରହ ଯାନ ଗୁଡ଼ିକ ଦ୍ଵାରା ଚୌଦ୍ଵାର ମୁନିସିପାଳିଟିର ବିଭିନ୍ନ ୱାର୍ଡ଼ର ଏସ୍.ଏଚ.ଜି ମହିଳା ମାନେ ଘରକୁ ଘର ବୁଲି ଅଳିଆ ଆବର୍ଜ୍ଜନା ସଂଗ୍ରହ କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଧାୟକ କହି ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସାନିଟେସନ୍ ପରିମଳ ବିଶେଷଜ୍ଞ, ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୂର୍ବତନ କାଉନସିଲର, ବିଭାଗୀୟ କର୍ମଚାରୀ ବୃନ୍ଦ ଏବଂ ସ୍ଵଚ୍ଛ ସାଥି ତଥା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here