ଡ଼ିମିରିଆ ଯୋଗାଣ ସହାୟକ ଙ୍କ ଭୋଜି କୁ ଲୋକଙ୍କୁ ବାଣ୍ଟି ଦେଲା ପ୍ରଶାସନ ,୧୦ ହଜାର ଟଙ୍କା ଜୋରିମାନା ।

0
10

ଖଲ୍ଲିକୋଟ (ଓବି ନ୍ୟୁଜ) (ବିଭୁତି ଭୂଷଣ ତ୍ରିପାଠୀ) ; ସରକାରଙ୍କ କୋଭିଡ ନିୟମ କୁ ଉଲ୍ଲଙ୍ଘନ କରିବା ଓ ବିନା ଅନୁମତି ରେ ୧୫୦୦ ଲୋକଙ୍କୁ ଏକାଠି ଭୋଜି ଆୟୋଜନ କରିବା ଅଭିଯୋଗରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ଗ୍ରାମ କୈଳାସ ଚନ୍ଦ୍ର ପରିଡା ଙ୍କ ଭୋଜି କୁ ସ୍ଥାନୀୟ ପ୍ରଶାସନ ଜବତ କରିବା ସହ ୧୦,୦୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ପ୍ରକାଶ । ମିଳିଥିବା ସୂଚନା ଅନୁଯାୟୀ ଗତ ଏକ ମାସ ତଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ପଂଚାୟତ ଯୋଗାଣ ସହାୟକ ବିନାୟକ ପରିଡାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ତେବେ ତାଙ୍କ ପିତା କୈଳାସ ଚନ୍ଦ୍ର ପରିଡା ବୁଧବାର ଦିନ ଗ୍ରାମବାସୀ ଓ ଜ୍ଞାତି କୁଟୁମ୍ବ କୁ ଭୋଜି ଦେବା ପାଇଁ ଗ୍ରାମର ପାଠାଗାର ନିକଟରେ ଏକ ଭୋଜି ର ଆୟୋଜନ କରିଥିଲେ । କୌଣସି ସୂତ୍ର ରୁ ପ୍ରଶାସନ ଖବର ପାଇବା ପରେ ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ନବ କିଶୋର ପାତ୍ର ରାଜସ୍ବ ପର୍ଯ୍ୟବେକ୍ଷକ ତ୍ରିଲୋଚନ ବିଶ୍ୱାଳ ଓ ଖଲ୍ଲିକୋଟ ପୋଲିସ ଓ ରାଜସ୍ୱ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଭୋଜି ସ୍ଥଳ ରେ ପହଂଚି ଭୋଜି କୁ ଜବତ କରି ଡ଼ିମିରିଆ ସରପଂଚ ମନୋଜ କୁମାର ଗୌଡ଼ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଗ୍ରାମବାସୀ ଙ୍କୁ ବାଣ୍ଟି ଦେବା ପାଇଁ ପରାମର୍ଶ ଦେବା ସହ ଭୋଜି ଆୟୋଜକ କୈଳାସ ପରିଡା ଙ୍କ ଠାରୁ ୧୦,୦୦୦ ତାଙ୍କ ଜୋରିମାନା ଆଦାୟ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here