ବାଲ୍ୟ ବିବାହ ରେ ଲଗାମ ଦେଲା ପ୍ରଶାସନ

0
2

ବେଗୁନିଆପଡା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ) ; ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ସାନ ସିଦ୍ଧପଲ୍ଲୀ ଗ୍ରାମ ରେ ବାଲ୍ୟ ବିବାହ କୁ ଲଗାମ ଦେଲା ପ୍ରଶାସନ । ବେଗୁନିଆପଡା ବ୍ଲକ ଶିଶୁ ବିକାଶ ଅଧିକାରୀ ଏବଂ ଚାଇଲଡ ଲାଇନ ସଦସ୍ୟ ପଂହଁଚି ଏହି ବାଲ୍ୟ ବିବାହ କୁ ରୋକିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସାନ ସିଦ୍ଧପଲ୍ଲୀ ଗ୍ରାମର ନାବାଳିକା କନ୍ୟାକୁ ଉକ୍ତ ଗ୍ରାମର ଯୁବକ ପିଣ୍ଟୁ ପ୍ରଧାନ (25) ବିବାହ କରିବା ପାଇଁ ନିଜ ଘରେ ଆଣି ରଖିଥିଲା । ସୂଚନା ପାଇ ବେଗୁନିଆପଡା ବ୍ଲକ ଶିଶୁ ବିକାଶ ଅଧିକାରୀ ଓ ବ୍ରହ୍ମପୁର ଚାଇଡ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପଂହଁଚି ଉଭୟଙ୍କୁ ବୂଝାସୁଝା କରି ବିବାହ କୁ ବନ୍ଦ କରିଛନ୍ତି । ଝିଅ କୁ 18 ବର୍ଷ ପୁରିବା ପରେ ବିବାହ ପାଇଁ ନିଷ୍ପତ୍ତି ନିଆଯିବ ଏଥିସହ ଝିଅ କୁ 18 ବର୍ଷ ପୁରିବା ପୂର୍ବରୁ ଉକ୍ତ ଯୁବକ ପିଣ୍ଟୁ ପ୍ରଧାନ କୌଣସି ଅସୁବିଧା କରନ୍ତି ତେବେ ସରକାରଙ୍କ ପ୍ରଚଳିତ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଏଥିସହ ସମସ୍ତଙ୍କ ଉପସ୍ଥିତି ଏବଂ ସହମତି କ୍ରମେ ନାବାଳିକା କନ୍ୟା କୁ ବାପା ଘରକୁ ପଠାଇଛନ୍ତି । ଏଥିରେ ସରପଞ୍ଚ ସତୀଶ ରଞ୍ଜନ ତାରିଣୀ, ବେଗୁନିଆପଡା ଫାଣ୍ଡି ପୋଲିସ,ଅଙ୍ଗନୱାଡି,ସୁପରଭାଇଜର,ଚାଇଡ ଲାଇନର ପରାମର୍ଶ ଦାତା ପ୍ରିୟଙ୍କା ବେହେରା ଓ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here