ପୋଲିସ ସହାୟତାରେ ସ୍ୱତନ୍ତ୍ର ଅବକାରୀ ଟିମର ଅଚାନକ ଚଢ଼ାଉ, 4 ଜଣ କୁ ଉଠାଇ ନେଲେ

0
4

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ;ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳର ବେଆଇନ ମଦ ବିକ୍ରି ଅଭିଯୋଗ ଏବଂ ପୂର୍ବ ୱାରେଣ୍ଟ ନେଇ ଚାରି ଜଣ ଙ୍କୁ ବୁଧବାର ସ୍ୱତନ୍ତ୍ର ଅବକାରୀ ଟିମ ଉଠେଇ ନେଇଥିବା ଜଣା ପଡିଛି l ବୁଧବାର ସକାଳ ପ୍ରାୟ ସାଢେ ଛଅ ଟାରେ ସଶସ୍ତ୍ର ପୋଲିସ ସହାୟତାରେ ସ୍ୱତନ୍ତ୍ର ଅବକାରୀ ଟିମ ଗଞ୍ଜାମ ସହର ଦାମୋଦର ପୁର, ଢମଣା ସାହି ରୋଡ଼ ଓ ପୁଇଁତୋଳା ରେ ଅଚାନକ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଗୋଟିଏ ବି ପେକେଟ କିମ୍ବା କୌଣସି ମଦ କାହାଘରୁ ବାହାରି ନ ଥିବା ବେଳେ ଚଢ଼ାଉ କରାଯାଇଥିବା ଘର ଲୋକଙ୍କୁ ସ୍ୱତନ୍ତ୍ର ଅବକାରୀ ଟିମ ଉଠେଇ ନେଇଛି l ପୂର୍ବ ୱାରେଣ୍ଟ କୁ ନେଇ ଉଠେଇ ଲୋକଙ୍କୁ ଉଠେଇ ନେଇଥିବା ସହର ରେ ଆଲୋଚନା ହେଉଛି l ଏଥିରେ ଗଞ୍ଜାମ ଥାନା ପୋଲିସ, ପୋଲିସ ଫୋର୍ସ ଗାଡି ସମେତ ସାତରୁ ଅଧିକ ବୋଲେରୋ ଗୋଟିଏ ମିନି ବସ ରେ ପ୍ରାୟ ସତୁରିରୁ ଅଧିକ କର୍ମଚାରୀ ସାମିଲ ଥିଲେ l

LEAVE A REPLY

Please enter your comment!
Please enter your name here