ଚୋରୀ ହୋଇଥିବା ୪ କିଲୋ ୫୦୦ ଗ୍ରାମ ରୁପା ସାମଗ୍ରୀ ଜବତ

0
3

ବେଗୁନିଆପଡ଼ା (ଓବି ନ୍ୟୁଜ)(ଗାୟତ୍ରୀ ଦେବୀ): ଦୀର୍ଘ ୧୫ ଦିନ ପରେ ଗଞ୍ଜାମ ଜିଲ୍ଲା କୋଦଳା ପୋଲିସକୁ ମିଳିଛି ବଡ଼ ସଫଳତା । ଗାଡି ଡ଼ିକିରୁ ଚୋରି ହୋଇଥିବା ରୂପାକୁ ଜବତ କରିଛି ପୋଲିସ । ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରିଛି। ସୂଚନା ଥାଉକି ଯେ ଜୁଲାଇ ୫ ତାରିଖ ଦିନ କୋଦଳା ଖରୁଡା ସାହିର ବ୍ୟବସାୟୀ ଶିବରାମ ସେନାପତି ଦିଗାପଡା ରୋଡ଼ରେ ଥିବା ଅଳଙ୍କାର ଦୋକାନ ଆଗରେ ତାଙ୍କ ମୋଟର ସାଇକେଲ ରଖି ଚାବି ଖୋଲୁଥିବା ସମୟରେ ଗାଡି ଡ଼ିକିରେ ଥିବା ରୁପା ସାମଗ୍ରୀକୁ ଲୁଟ୍ କରିବାରେ ସଫଳ ହୋଇଥିଲେ ଦୃବର୍ତ୍ତମାନେ । ଏହା ପରେ କୋଦଳା ଥାନା ଅଧିକାରୀଙ୍କ ଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସିସିଟିଭି ଫୁଟେଜ୍ ଅନୁସନ୍ଧାନ କରି ଅଭିଯୁକ୍ତ ରାଙ୍ଗା ପ୍ରଧାନ କୁ କୋଦଳା ରେଞ୍ଜର ବଙ୍ଗଳା ନିକଟରୁ ଧରିବାରେ ସକ୍ଷମ ହୋଇଥିଲା। କେସ୍ ନମ୍ବର ୩୨୮/୨୦୨୧ ଦଫା ୩୭୯/୩୪ ଆପିସିରେ ମାମଲା ରୁଜ୍ଜୁ କରାଯାଇଛି। ଏହି ଚୋରିରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତ ଛୋଟୁ ବିଜୟ ପ୍ରଧାନ,ଗୁଣୀ ପ୍ରଧାନ ଏଯାବତ ଫେରାର ଅଛନ୍ତି ଯୋଉ ମାନେ ହେଉଛନ୍ତି ଯାଜପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କୁ ଖୁବ ଶୀଘ୍ର ଧରାଯିବା ନେଇ କୁହାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଉପସ୍ଥିତ ରହିବା ସହ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here