ପାରିବାରିକ ଅଶାନ୍ତିରୁ ସ୍ତ୍ରୀର ଆତ୍ମହତ୍ୟା

0
10

ରାଇକିଆ (ଓବି ନ୍ୟୁଜ)(ଜଗଦୀଶ ଦାଶ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମପଞ୍ଚାୟତ ବେଲାପାଙ୍ଗା ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣାପୁଣି ଘଟିଯାଇଛି। ଜଉରା ପ୍ରଧାନ ଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ନିଜ ବାପ ଘର କୁ ଯିବା ସକାଶେ ସକାଳୁ ସକାଳୁ ଜିଦ୍ ଧରି ବସିଥିଲେ।କିନ୍ତୁ ବର୍ତ୍ତମାନ ଚାଷ ବାସ କାମ ଚାଲିଥିବା ସକାଶେ ସ୍ବାମୀ ଅମଙ୍ଗ ହୋଇଥିଲେ ଓ ତଳି ଲଗା କାର୍ଯ୍ୟକ୍ରମ ସରିବା ପରେ କିଛି ଦିନ ବୁଲାବୁଲି କରି ଆସିବା କହିଥିଲେ।ଏହି କଥାରେ ସ୍ତ୍ରୀ ସ୍ନେହଲତା ରାଗିଯାଇ ଥିଲେ ସ୍ୱାମୀ ବିଲ କାମ କୁ ବାହାରି ଯିବା ପରେ ଗ୍ରାମ ରେ ଥିବା ଏକ କୂଅ କୁ ଡେଇଁ ସ୍ନେହଲତା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ସ୍ନେହଲତା ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରାଇକିଆ ଅଗ୍ନିଶମ ବାହିନୀ ସହିତ ଯୋଗାଯୋଗ କରିଥିଲେ।ଏହି ଖବର ପାଇବା ମାତ୍ରେ ରାଇକିଆ ଅଗ୍ନିଶମ ବାହିନୀକୁ ତୁରନ୍ତ ସେହି ସ୍ଥଳ କୁ ଯାଇ କୂଅରୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନା କୁ ଆଣିଥିଲେ ଡାକ୍ତର ସ୍ନେହଲତା ଙ୍କୁ ମୃତ ଘେଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here