ଭାରତ ପାଇଁ ପ୍ରଥମ ପଦକ ଜିଣିଲେ ମୀରାବାଇ

0
58

ନୂଆଦିଲ୍ଲୀ (ଓବି ନ୍ୟୁଜ): ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନ୍ଦ । ୪୯କିଲୋ ଗ୍ରାମ ବର୍ଗରେ ରୌପ୍ୟ ପଦକ ଜିଣିଲେ ମୀରାବାଇ । ଆଉ ତାଙ୍କର ସଫଳତା ପରେ ବିଭିନ୍ନ ମହଲରେ ତାଙ୍କୁ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । କମନୱେଲଥ୍ ଗେମ୍ସରେ ସ୍ୱର୍ଣ୍ଣପଦକ ଜିଣିଥିବା ବ୍ରହ୍ମପୁରର ଭାରୋତୋଳକ କେ. ରବି କୁମାର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜିର ଦିନଟି ସମଗ୍ର ଭାରତବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ଆଉ ସେ ତାଙ୍କ ବିଗତ ୪ ବର୍ଷ ଧରି କରିଥିବା ପରିଶ୍ରମର ଫଳ ପାଇଛନ୍ତି ଓ ଏହା ଆଗାମୀ ପିଢ଼ିଙ୍କ ପାଇଁ ବେଶ୍ ପ୍ରେରଣ ଦାୟକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here