ବ୍ଲକ ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ

0
125

ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ସଂଗଠନ ଆନୁକୂଲ୍ୟରେ ଗଞ୍ଜାମ ସହର ସ୍ଥିତ ଏସ.ଏମ ଟ୍ୟୁଟାରୀୟଲ ଠାରେ ପଡୋଶୀ ଯୁବ ସାଂସଦ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗଦର୍ଶନ ୟୁଥ କ୍ଳବ ସଭାନେତ୍ରୀ ବିଜୟ ଲକ୍ଷ୍ମୀ ମହାଙ୍କୁଡ଼ ତତ୍ୟବଧାନରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତ୍ରିନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ ଘାଟନ କରିଥିଲେ । ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ରସାୟନ ବିଜ୍ଞାନ ଅଧ୍ୟାପକ ଗଜେନ୍ଦ୍ର ତରାଇ ଯୋଗ ଦେଇ ରାଷ୍ଟ୍ରର ବିମୁଦ୍ରିକାରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ର ଓଡ୍ରାପ କର୍ମକର୍ତା ସୁକାନ୍ତ କୁମାର ପଣ୍ଡା ଯୋଗ ଦେଇ ଆକଷ୍ମିକ ମୃତ୍ୟୁ ମୁଖରେ ପଡିଥିବା ଲୋକ ଙ୍କୁ କିପରି ବଞ୍ଚାଇ ପାରିବାକୁ ହୁଏ ସେ ସମ୍ପର୍କରେ ପ୍ରଦର୍ଶିତ କରିବା ସହ ସୂଚନା ପ୍ରଦାନ କରିଥିଲେ । ଗଂଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ ସୋସିଆଲ ମିଡିଆ ସମ୍ପର୍କରେ ଧାରଣା ଦେଇଥିଲେ । ଯୁବ ସଙ୍ଗଠକ ଡ଼ି.ଦେବହରି ରେଡି ଯୁବ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମାଜ ସେବୀ ଉମାକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ସୁସ୍ଥ ମାନବ ସମାଜ ଓ ଦେଶ ବିକାଶ ରେ ଯୁବ ସମାଜ ର ଭୂମିକା ଉପରେ ମତ ବ୍ୟକ୍ତ କରିଥିଲେ । ଯୋଗ ର ଉପକରିତା ,ସ୍ଵଛତା, ପରିବେଶ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳ ର ବହୁସଂଖ୍ୟାରେ ଯିବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here