ଗାଙ୍ଗପୁରରେ ‘ମୋ ନିବେଦନ’ କାର୍ଯ୍ୟକ୍ରମ

0
42

ବେଲଗୁଣ୍ଠା (ଓବି ନ୍ୟୁଜ)(ସୁଧାଂଶୁ ଶେଖର ବିଷୋୟୀ) ; ଆଜି ଗାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ମୋ ନିବେଦନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଠୀ ଏବଂ ଇନ୍ଦିରା ଆବାସ ଯୋଜନା କିରାଣୀ ବିଶ୍ଵନାଥ ମହାନ୍ତି ପ୍ରମୁଖ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଲୋକଙ୍କର ନିବେଦନ ଗୁଡ଼ିକୁ ଶୁଣି ଏହାର କାର୍ଯ୍ୟକାରିତା ସମ୍ପର୍କରେ ନିବେଦକ ମାନଙ୍କ ସହ ଆଲୋଚନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ମୋଟ 12 ଜଣ ନିବେଦନ କରିଥିବା ବେଳେ ସେଥିରୁ ପକ୍କାଗୃହ ପାଇଁ 11 ଜଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜଣେ ନିବେଦନ କରିଥିଲେ I ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା ଏବଂ ଜି.ଆର୍.ଏସ୍ ପ୍ରଶାନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଲୋକଙ୍କ ନିକଟରୁ ଲିଖିତ ନିବେଦନ ପତ୍ର ଗୁଡ଼ିକ ସଂଗ୍ରହ କରିଥିଲେ I ଦିବାକର ବିଷୋୟୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

LEAVE A REPLY

Please enter your comment!
Please enter your name here