ସମବାୟ ସମିତି ର ପ୍ରତ୍ୟେକ ସୁବିଧାରୁ ବଞ୍ଚିତ ପାଞ୍ଚଖଣ୍ଡ ଗ୍ରାମବାସୀ ଙ୍କ ଅସନ୍ତୋଷ

0
53

ଗଞ୍ଜାମ (ଓବି ନ୍ୟୁଜ) (ବିଜୟଲକ୍ଷ୍ମୀ ମହାଙ୍କୁଡ) ; ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲୁଙ୍ଗୁରୀ ସମବାୟ ସମିତି ଟି ଦୀର୍ଘ ୫ ବର୍ଷ ହେଲା ସୁପ୍ତ ଅବସ୍ଥାରେ ରହିଛି।
ସୋସାଇଟି ଅଧୀନରେ ରହିଥିବା ଲୁଙ୍ଗୁରୀ,କାଠଗଡା,ପାଣିବନ୍ଧ,କୁଶପଲ୍ଲୀ ପ୍ରମୁଖ ୫ ଖଣ୍ଡ ଗ୍ରାମର ଚାଷୀ କୁଳ
ଦୀର୍ଘ ୫ ବର୍ଷ ହେଲା ସୋସାଇଟି ର ବିଭିନ୍ନ ସୁଚିଧାରୁ ବଞ୍ଚିତ ହୋଇଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଋଣ,ସାର,ବିହନ ଆଦି ପାଇପାରୁନଥିବା ବେଳେ ବାହାରୁ ଦୁଇଗୁଣ ଦେଇ ବିହନ ଓ ସାର କିଣୁଥିବା ନେଇ ଅଭିଯୋଗ ହେଉଛି।ଚାଷୀ ଋଣ ନପାଇ ଋଣ ବାଡ଼ିରେ ବୁଡି ରହୁଥିବା ଯୋଗୁ ସାହୁକାର ଙ୍କ ଠାରୁ ଋଣ ଆଉ ଅଧିକ ସୁଧ ଗଣୁଥିବା ଅଭିଯୋଗ ହେଉଛି।ଯାହାକୁନେଇ ରବିବାର ପଣିବନ୍ଧ ଗ୍ରାମାରେ ରହିଥିବା ତ୍ରିନାଥ ମନ୍ଦିର ରେ ୫ ଖଣ୍ଡ ଗ୍ରାମର ମୁଖିଆ ମାନଙ୍କ ସହ ଚାଷୀକୁଳ ଏକତ୍ରିତ ହୋଇ ସମବାୟ ସମିତି ଟି କିପରି କାର୍ଯ୍ୟକ୍ଷମ ହୋଇ ଚାଷୀ କୂଳ ସରକାର ଙ୍କ ସମସ୍ତ ସୁବିଧା କିପରି ପାଇପାରିବେ ସେ ନେଇ ଆଲୋଚନା ହୋଇଥିଲା।ଆଗାମୀ କିଛିଦିନ ମଧ୍ୟରେ ୫ ଖଣ୍ଡ ଗ୍ରାମାବାସୀ ଜିଲ୍ଲା ପ୍ରଶାସନ,ସ୍ଥାନୀୟ ବିଧାୟକ ଓ ବିଭାଗୀୟ କର୍ତ୍ୟୁପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।ସୋସାଇଟି କାର୍ଯ୍ୟକ୍ଷମ ନହେଲେ ୫ ଖଣ୍ଡ ଗ୍ରାମବାସୀ ରାଜରାସ୍ତା କୁ ଓଲ୍ଲାଇ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।
ଲୁଗୁରୀ ଗ୍ରାମ୍ୟ ସଭାପତି କବିରାଜ ସ୍ବାଇଁ,ସମ୍ପାଦକ ପ୍ରକାଶ ସାହୁ,ପାଣିବନ୍ଧ ଗ୍ରାମ୍ୟ ସଭାପତି ଦୁର୍ଯ୍ୟୋଧନ ସାହୁ,ସମ୍ପାଦକ ପ୍ରକାଶ ସାହୁ,କୁଶପଲ୍ଲୀ ଗ୍ରାମ୍ୟ ସଭାପତି ବଟକୃଷ୍ଣ ବିଶ୍ୱାଳ,ସମ୍ପାଦକ ବନମାଳୀ ତରାଇ,କାଠଗଡା ଗ୍ରାମ୍ୟ ସଭାପତି ବି.ଅର୍ଜୁନ ପାତ୍ର,ସମ୍ପାଦକ ବି.ଅର୍ଜୁନ ପାତ୍ର,ଚୈତନ୍ୟ ପୁର ଗ୍ରାମ୍ୟ ସଭାପତି କବିରାଜ ନାହାକ,ସମ୍ପାଦକ ଗୋପାଳ ସାହୁ ,ସ୍ଥାନୀୟ ଯୁବନେତା ଲିଙ୍ଗରାଜ ମହାପାତ୍ର ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here