ମା ‘ରାମଚଣ୍ଡୀ ପୀଠରେ ଶୌଚାଳୟ ଉଦ୍‌ଘାଟନ ଏବଂ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳ ଭିତ୍ତିପ୍ରସ୍ତର ସ୍ଥାପନ

0
7

ଛତ୍ରପୁର (ଓବି ନ୍ୟୁଜ) ଛତ୍ରପୁର ଉପକଣ୍ଠ ମା’ ରାମଚଣ୍ଡୀ ପୀଠରେ ରବିବାର ଶୌଚାଳୟ ଉଦ୍‌ଘାଟନ ସହ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ  ଏହି ଉଦ୍‌ଘାଟନୀ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର  ବସନ୍ତ କୁମାର ମହାରଣା, କମଳ କୁମାର ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା, ପୁତ୍ତ ବିଭାଗ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ୀ,  ଓଡିଶା ବ୍ୟବସାୟୀ ମହାସଙ୍ଘ ର ସମ୍ପାଦକ ସୁଧାକର ପଣ୍ଡା ,ପୋଡ଼ାପଦର ସରପଞ୍ଚ ପିତାମ୍ବର ପଣ୍ଡା,କ୍ଷୀରୋଦ ଚନ୍ଦ୍ର ସାହୁ, ପ୍ରଶାନ୍ତ ମହାରଣା, ସନ୍ତୋଷ କୁମାର ପାଢ଼ୀ,ସନ୍ତୋଷ ମିଶ୍ର, ବିସ୍ମୟ ପ୍ରଧାନ, ସନ୍ତୋଷ ସାହୁ, ୟୁଡିଏସପୁର ପଂଚାୟତ ର ସମିତି ସଭ୍ୟ ଶତ୍ରୁଘ୍ନ ମହାଙ୍କୁଡ, ଯୁବ ବ୍ୟବସାୟୀ ପ୍ରମୋଦ ସାହୁ, ସରକାରୀ ଓକିଲ ଡ଼ମିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ କ୍ୟୁ୍ୟର୍ସ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅରୁଣ କୁମାର ଶତପଥିଙ୍କ ସଂଯୋଜନା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ ଅତିଥି ଏବଂ ମନ୍ଦିର କମିଟି ର ସମସ୍ତ ସଭ୍ୟ ମାନେ ମନ୍ଦିର ଚାରିପାର୍ଶ୍ଵ ରେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇଥିଲେ l ରୋଷେଇଶାଳ ନିମନ୍ତେ ଛତ୍ରପୁର ବିଧାୟକଙ୍କ ନିଜସ୍ୱ ପାଣ୍ଠି ରୁ ଚାରିଲକ୍ଷ ଅନୁଦାନ ମିଳିଛି l ରୋଷଇ ଶାଳ ସମ୍ପୂର୍ଣ କରିବା ନିମନ୍ତେ  ଆହୁରୀ ଅର୍ଥ ଆବଶ୍ୟକ ପଡୁଥିବା ରୁ  ବିଧାୟକ ଶ୍ରୀବେହେରା  ନିଜ ପାଣ୍ଠି ରୁ  ପୁଣି ଦୁଇ ଲକ୍ଷ ଟଙ୍କା ଅନୁଦାନ ଦେବେ ବୋଲି ସେ ପ୍ରତିଶୃତି ଦେଇଥିଲେ l ମା’ ରାମଚଣ୍ଡୀ ପୀଠ କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଙ୍କୁ ପୂର୍ବରୁ ମନ୍ଦିର କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଆଜି ଏହି ଅବସରରେ ପୁଣି ଛତ୍ରପୁର ବିଧାୟକ ଓ ରାଜ୍ୟ କୃଷି ବିପଣନ ନିଗମ ର ଉପଦେଷ୍ଟା ଙ୍କ ଦୃଷ୍ଟି ଗୋଚର କୁ ଅଣାଯାଇଥିଲା l

LEAVE A REPLY

Please enter your comment!
Please enter your name here