ଭଗବାନ ଶିବଙ୍କୁ କଣ ପାଇଁ କୁହାଯାଏ ତ୍ରିପୁରାରି

0
25

ଭଗବାନ ଶିବଙ୍କର ଅଦ୍ଭୁତ ଶକ୍ତି ଦ୍ୱାରା ସାରା ବ୍ରହ୍ମାଣ୍ଡ ପରିଚିତ l କିନ୍ତୁ ପ୍ରଭୁଙ୍କୁ କାହିଁକି ତ୍ରିପୁରାରୀ କୁହାଯାଏ ଓ ତା ପଛରେ କଣ ରହିଛି ପୌରାଣିକ କାରଣ ତାହା ହୁଏତ ଅଧିକାଂଶ ଲୋକ ଜାଣି ନଥିବେ l ଏହାର ଉଲେଖ ଶିବପୁରାଣ ରେ କରାଯାଇଛି ,ଯେ ତାହା କେଉଁ କାରଣ ଥିଲା ଯେଉଁ କାରଣରୁ ତାଙ୍କୁ ତ୍ରିପୁରାରୀ କୁହାଯାଇଛି l

ଶିବପୁରାଣ ଅନୁସାରେ ଦୈତ୍ୟ ତାରକାସୁର କୁ ତାରକାକ୍ଷ ,କମଳାକ୍ଷ ଓ ବିଦ୍ୟୁନମାଲୀ ନାମରେ ତିନିଟି ପୁତ୍ର ଥିଲେ l  ଯେତେବେଳେ ଶିବଙ୍କ ପୁତ୍ର କାର୍ତିକ ତାରକାସୁରକୁ ବଧ କରିଥିଲେ ସେତେବେଳେ ତାର ପୁଅମାନେ ଖୁବ ଦୁଃଖିତ ହୋଇଥିଲେ l ସେମାନେ ଦେବତା ମାନଙ୍କ ନିକଟରୁ ପ୍ରତିଶୋଧ ନେବା ପାଇଁ ଘୋର ତପସ୍ୟା କଲେ l  ବ୍ରହ୍ମା ପ୍ରସନ୍ନ ହୋଇ ପ୍ରକଟ ହେଲେ ଓ ବର ମାଗିବାକୁ କହିଲେ l  ଏହାପରେ ସେହି ତିନିଜଣ ଅମରତ୍ୱର ବର ମାଗିଲେ l ସେତେବେଳେ ବ୍ରହ୍ମା କହିଥିଲେ ମୁଁ ଏହି ବର ଦେଇ ପାରିବି ନାହିଁ ଏହାକୁ ଛାଡି ଅନ୍ୟ କିଛି ମାଗ l

ଏହାପରେ ସେହି ତିନି ଦୈତ୍ୟ ବ୍ରହ୍ମା ଙ୍କୁ କହିଲେ ଆପଣ ଯଦି ଆମ ଉପରେ ପ୍ରସନ୍ନ ଅଛନ୍ତି ତେବେ ଆମକୁ ଏଭଳି ନଗର ପ୍ରଦାନ କରନ୍ତୁ ଯେଉଁଠି ଆମ ତିନିଜଣ ଅଲଗା ଅଲଗା ବସି ତିନିଲୋକ କୁ ଭ୍ରମଣ କରି ପାରିବୁ l ଯେତେବେଳେ ଆମେ ଏକାଠି ହୋଇଯିବୁ ଆମ ଭବନକୁ ତ୍ରିପୁର କୁହାଯିବ l ଆଉ ଆମ ଭବନ କୁ ଗୋଟିଏ ବାଣରେ ନଷ୍ଟ କରୁଥିବା ବ୍ୟକ୍ତି ହିଁ ଆମ ମୃତ୍ୟୁ ର କାରଣ ହେବ l ତା ଛଡା ଏହି ସାରା ବିଶ୍ୱରେ ଆମର କେହି କିଛି ବିଗାଡି ପାରିବେ ନାହିଁ l

ଏହାପରେ ବ୍ରହ୍ମା ତଥାସ୍ତୁ କହି ଅନ୍ତର୍ଦ୍ଧାନ ହୋଇଗଲେ l ଏହାପରେ ସେହି ତିନି ଦୈତ୍ୟ ଖୁସିରେ ନିଜ ପାଇଁ ପୃଥକ ପୃଥକ ମହଲ ନିର୍ମାଣ କଲେ l ସେହି ନଗର ମାନଙ୍କ ମଧ୍ୟରୁ ଗୋଟିଏ ଲୁହା , ଗୋଟିଏ  ଚାନ୍ଦି ଓ ଅନ୍ୟଟି ସୁନାର ଥିଲା l ଏହାପରେ ସେହି ତିନି ଦୈତ୍ୟ ତିନିଲୋକରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଉତ୍ପାତ ଆରମ୍ଭ କରିଦେଲେ l ଏହାପରେ ସବୁ ଦେବତା ମହାଦେବଙ୍କ ଶରଣକୁ ଗଲେ l ଦେବତା ମାନଙ୍କର କଥା ଶୁଣି ମହାଦେବ ତ୍ରିପୁର କୁ ବିନାଶ କରିବା ପାଇଁ ପ୍ରସ୍ତୁତ ହୋଇଗଲେ l

ସେତେବେଳେ ବିଶ୍ୱକର୍ମା ଭୋଳା ନାଥଙ୍କ ପାଇଁ ଗୋଟିଏ ଦିବ୍ୟ ରଥର ନିର୍ମାଣ କରିଥିଲେ l ଯେଉଁଥିରେ ଚନ୍ଦ୍ରମା ଓ ସୂର୍ଯ୍ୟ ତାଙ୍କର ଚକ ହେଲେ l ଇନ୍ଦ୍ର , ବରୁଣ , ଯମ ଓ କୁବେର ଆଦି ସେହି ରଥର ଲୋକପାଳ ଓ ଘୋଡା ହେଲେ l ହିମାଳୟ ଧନୁ ହେଲେ l ଶେଷାନଗ ଧନୁର ସୁତା ହେଲେ , ସ୍ୱୟଂ ଭଗବାନ ବିଷ୍ଣୁ ତୀର ହେଲେ ଓ ଅଗ୍ନିଦେବ ସେହି ବାଣର ମୁନ ହେଲେ l ସେହି ଦିବ୍ୟ ରଥରେ ମହାଦେବ ବିରାଜ ମାନ କରି ଦୈତ୍ୟ ମାନଙ୍କର ବିନାଶ କରିବାକୁ ଗଲେ l ଦୈତ୍ୟ ଓ ଦେବତା ମାନଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା l ଯେତେବେଳେ ତିନିଟି ଯାକ ଭବନ ଏକା ସହିତ ଯୋଡି ହେଲା ମହାଦେବ ସେହି ଦିବ୍ୟ ବାଣ କୁ ପ୍ରୟୋଗ କଲେ ଓ ତ୍ରିପୁରା ର ବିନାଶ ହେଲା ଓ ସମସ୍ତ ଦେବଦେବୀ ସେହି ଦିନଠାରୁ ତାଙ୍କୁ ତ୍ରିପୁରାରୀ କହିଲେ l

LEAVE A REPLY

Please enter your comment!
Please enter your name here