ଖଲ୍ଲିକୋଟ ବ୍ଲକ :ବିକାଶ ର ଆଗରେ ବାଣିଆ ପଂଚାୟତ

0
134

ଖଲ୍ଲିକୋଟ (ଓବି ନ୍ୟୁଜ) (ବିଭୁତି ଭୂଷଣ ତ୍ରିପାଠୀ) ; ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେବା ଫଳରେ ଗତ ୫ ବର୍ଷ ତଳେ ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ପଂଚାୟତ ଗୁଡିକ ସର୍ବ ନିମ୍ନ ମୌଳିକ ସୁବିଧା ରୁ ବଂଚିତ ହୋଇ ଯେଉଁ ବିବିଧ ସମସ୍ୟା ରେ ସମ୍ମୁଖୀନ ହୋଇ ଆସୁଥିଲା ବର୍ତମାନ ସରକାର ଗ୍ରାମାଞ୍ଚଳ ର ଶିକ୍ଷା ,ସ୍ୱାସ୍ଥ୍ୟ ଓ ଗମାଗମନ ଓ ପାନୀୟ ଜଳ ଭଳି ସବୁ କ୍ଷେତ୍ର ପ୍ରତି ଦୃଷ୍ଟି ଦେବା ଫଳରେ ସହରାଂଚଳ ଭଳି ଗ୍ରାମାଞ୍ଚଳ ରେ ସମତୁଲ ବିକାଶ ହେଉଥିବା ଦେଖିବାକୁ ମିଳୁଛି । ସର୍ବୋପରି ମନେରଗା ଯୋଜନା ର ପ୍ରୟୋଗ ପରେ ଗ୍ରାମାଞ୍ଚଳ ରେ ବିକାଶ ର ଧାରା ତ୍ୱରାନ୍ନିତ ହେବାରେ ଲାଗିଛି ଓ ଶ୍ରମ ଦିବସ ସୃଷ୍ଟି ଯୋଗୁ ଗ୍ରାମାଞ୍ଚଳ ରେ ଦାଦନ ଶ୍ରମିକ ଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଖଲ୍ଲିକୋଟ ବ୍ଲକ ର ବାଣିଆ ପଂଚାୟତ ବ୍ଲକ ରେ ମନେରଗା ଯୋଜନା ରେ ସର୍ବାଧିକ ମାନବ ଦିବସ ସୃଷ୍ଟି କରିଛି । ସମଗ୍ର ଖଲ୍ଲିକୋଟ ବ୍ଲକ ୨୦୨୦ – ୨୧ ଆର୍ଥିକ ବର୍ଷ ରେ ୬ ଲକ୍ଷ ୬୩ ହଜାର ଶ୍ରମ ଦିବସ ସୃଷ୍ଟି କରିଥିବା ବେଳେ କେବଳ ବାଣିଆ ପଂଚାୟତ ରେ ୬୩ ,୯୬୯ ଶ୍ରମ ଦିବସ ସୃଷ୍ଟି କରି ପଂଚାୟତ ରେ ୪ ଗୋଟି ସ୍ମାର୍ଟ ପୋଖରୀ ,ଓ ପୋଖରୀ ର ସୌନ୍ଦର୍ଯ୍ୟ କରଣ ,ଓ ଗ୍ରାମ୍ୟ ପ୍ରମୋଦ ଉଦ୍ୟାନ ସମେତ ସବୁ ଦିନିଆ ସିମେଣ୍ଟ ଓ paver ବ୍ଲକ ରାସ୍ତା ନିର୍ମାଣ ,ସେହିପରି ପଂଚାୟତ upgraded ଉଚ୍ଚ ବିଦ୍ୟାଳୟ ରେ ୧୦ ଲକ୍ଷ ଟଙ୍କା ବିନିଯୋଗ ରେ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କୁକୁଡ଼ା ଘର ,ଗୁହାଳ ଘର ସମେତ ବର୍ଷା ଜଳ ପରିଚାଳନା ପାଇଁ ପାହାଡ ର ପାଦ ଦେଶରେ ନାଳ ଖୋଳି ଜମିକୁ ଆଦ୍ରତା ବଢାଇବା ଭଳି ନିର୍ମାଣ କାର୍ଯ୍ୟ ହାତ କୁ ନିଆଯାଇଥିବା ସରପଂଚ golekha ଚନ୍ଦ୍ର ଗୌଡ଼ ସୂଚନା ଦେବା ସହ କୋଭିଡ ସମୟରେ ପଂଚାୟତ ରେ ମହିଳା ପୁରୁଷ ମାନଙ୍କୁ କର୍ମନିଯୁକ୍ତି ମିଳିବା ସହ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଯିବା ପ୍ରାୟ ୫୦ ଭାଗ କମିପାରିଛି । ବାଣିଆ ପଂଚାୟତ ର ପ୍ରାୟ ଏବେବି ୩୦୦ ଶ୍ରମିକ ଅଧିକ ରୋଜଗାର ଆଶା ରେ ଦାଦନ ଖଟୁଥିବା ବେଳେ ଅର୍ଦ୍ଧାଧିକ ଶ୍ରମିକ ସୁରଟ ରେ ଥିବା ଜଣାପଡିଛି । ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୦୩ ଜଣ ଆବାସ ଯୋଜନା ରେ ସାମିଲ ହୋଇଥିବା ବେଳେ ଆହୁରି ପ୍ରାୟ ୯୦ ଜଣ ହିତାଧିକାରୀ ଆବାସ ପାଇବା ଅପେକ୍ଷା ରେ ଅଛନ୍ତି । ଖାଦ୍ୟ ନିରାପତା ଯୋଜନା ମାଧ୍ୟମ ରେ ୧୨୭୭ ପରିବାର ଚାଉଳ ପାଉଥିବା ବେଳେ ପଂଚାୟତ ଗୃହ ର ନବୀକରଣ ସାଙ୍ଗକୁ ପଂଚାୟତ କୁ ଶିକ୍ଷା ର ଆଲୋକ ପହଂଚିବା ସହ ଉତ୍କୃଷ୍ଟ ବିଦ୍ୟାଳୟ ଗୃହ ନିର୍ମାଣ ମଧ୍ୟ ହୋଇଛି । ୨୦୨୦ – ୨୧ ଆର୍ଥିକ ବର୍ଷ ରେ ୧୩୦୧ ପରିବାର ମନେରଗା ଯୋଜନା ରେ ନାମ ପଞ୍ଜିକରଣ କରିଥିବା ବେଳେ ୨୦୦୧ ଜଣ ସକ୍ରିୟା ଜବ କାର୍ଡ ଧାରୀ ଶ୍ରମିକ ଙ୍କ ମାଧ୍ୟମ ରେ ପ୍ରାୟ ଦେଢ଼ କୋଟି ଟଙ୍କା ର ବିକାଶ କାର୍ଯ୍ୟ ସାଧିତ ହୋଇ ଭିତିଭୂମି ସୃଷ୍ଟି କରିଥିବା ବେଳେ ୬୩ ,୯୬୯ କର୍ମ ଦିବସ ସୃଷ୍ଟି କରାଯାଇ ପାରିବ ସହ ପଂଚାୟତ ର ମେଦିପୁର ,ଆଳପୁର ,ଖ୍ରିଣୀପଡ଼ା, ବାଦ ପଲ୍ଲୀ ଗ୍ରାମ ଗୁଡିକର ୨୫୧ ଜଣ ଶ୍ରମିକ ୧୦୦ ଦିନ ର କାମ ପାଇବା ପାଇଁ ସୁଯୋଗ ପାଇଛନ୍ତି !ଉକ୍ତ ପଂଚାୟତ ରେ ୧୭୫୯ ପରିବାର ର ମୋଟ ୫୮୦୦ ଜନ ସଂଖ୍ୟା ଥିବା ବେଳେ ଉକ୍ତ ପଂଚାୟତ ରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବା ବେଳେ ୨୦ ଭାଗ ଲୋକ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ର ଓ ପଶୁ ପାଳନ ଉପରେ ନିର୍ଭର କରି ଚାଲଥାନ୍ତି ।

LEAVE A REPLY

Please enter your comment!
Please enter your name here