ଆନ୍ଦୋଳନରତ ଶିକ୍ଷକ ଭୟରେ BEO ଅଫିସ ର ସବୁ କର୍ମଚାରୀ ଖାଲି

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ସତ୍ୱେ ୭୮ ଜଣ ଶିକ୍ଷା ସହାୟକ ଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଓ ଦୁଇ ମାସର ଦରମା ମିଳିନି *ଗତ ଜୁଲାଇ ମାସର ଦରମା ରେ ଶିକ୍ଷକ ଘରଭଡା ପାଉଣା କାଟିବା ,ବି ଇ ଓ ଙ୍କ ଶିକ୍ଷକ ଦମନ ନୀତି ପ୍ରତିବାଦ ଶିକ୍ଷକ ଙ୍କ ବି ଇ ଓ ଅଫିସ ଆଗରେ ଧାରଣା ।

1
2297

ଖଲ୍ଲିକୋଟ (ଓବି ନ୍ୟୁଜ) ( ବିଭୁତି ଭୁଷଣ ତ୍ରିପାଠୀ ) ; ଖଲ୍ଲିକୋଟ ବ୍ଲକ ର ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଶିକ୍ଷକ ଦମନ ନୀତି ରେ ଅତିଷ୍ଠ ହୋଇ ଖଲ୍ଲିକୋଟ ବ୍ଲକ ର ପ୍ରାୟ ୭୫୦ ଶିକ୍ଷକ ଘୋର ଅସନ୍ତୋଷ ରେ କାଳାତିପାତ କରିବା ସହ ଶେଷରେ ଆନ୍ଦୋଳନ ପାଇଁ ରାଜ ରାସ୍ତା କୁ ଓଲ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ସୋମବାର ଦିନ ଆନ୍ଦୋଳନ ଶିକ୍ଷକ ମାନେ ଏକ ଶୋଭାଯାତ୍ରା ରେ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପହଂଚି ବିଭିନ୍ନ ସ୍ଲୋଗାନ ମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଆନ୍ଦୋଳନ ରତ ଶିକ୍ଷକ ମାନଙ୍କ ଭୟରେ BEO ଅଫିସ ର ସମସ୍ତ କର୍ମଚାରୀ ମାନେ ଦପ୍ତର ଛାଡି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ୨୦୧୧ ଜୁଲାଇ ମାସର ଦରମା ରେ ଶିକ୍ଷକ ମାନଙ୍କ HRA ବା ବନ୍ଦ କରିବା ,ବର୍ଷ ବର୍ଷ ଧରି duplicate service ବହିର ନବୀକରଣ ନ କରିବା ,ନୂତନ ଭାବେ ନିୟମିତ ଶିକ୍ଷକ ମାନଙ୍କ ଦୁଇ ମାସର ଦରମା ସହ ବକେୟା ଅର୍ଥ ଦେବା ପାଇଁ ଗଂଜାମ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ନ କରିବା ,ଶିକ୍ଷକ ମାନଙ୍କୁ ପଦୋନ୍ନତି କରି ଚରିତ୍ର ପଂଜିକ୍ସ ରେ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେବା ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଅଫିସ ରେ ଥିବା ଏକମାତ୍ର ABEO ସନ୍ତୋଷ କୁମାର ବେଉରା ଙ୍କୁ ଖଲ୍ଲିକୋଟ ବ୍ଲକ ଶିକ୍ଷକ ସଂଘ ସଭାପତି କିଶୋର ଚନ୍ଦ୍ର ଘ|ଷି ,ସମ୍ପାଦକ ମଧୁ ଚରଣ ସେଠି ଓ ଉପଦେଷ୍ଟା କ୍ଷିତୀଶ ଚନ୍ଦ୍ର ଦାଶ ପ୍ରମୁଖ ଶତାଧିକ ଶିକ୍ଷକ ଉପସ୍ତିତି ରେ ପ୍ରଦାନ କରିଥିଲେ । ତେବେ ଭାରପ୍ରାପ୍ତ BEO ନିରୀହ ଶିକ୍ଷକ ମାନଙ୍କୁ ବାରମ୍ବାର ହଇରାଣ ହରକତ କରି ଶିକ୍ଷକ ଦମନ ପ୍ରତିବାଦ ବହୁବାର ଶିକ୍ଷକ ମାନେ ଗଂଜାମ ଜିଲ୍ଲାପାଳ ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ବିଧାୟିକା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା
ପରିବର୍ତେ ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡାଇଥିବା ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି । ଶିକ୍ଷକ ମାନେ ୫ ଦଫା ଦାବି ପତ୍ର ଗଂଜାମ ଜିଲ୍ଲାପାଳ ,ବିଧାୟିକା ,ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବ ,ତହସିଲଦାର ,ପୋଲିସ ଅଧିକାରୀ ଜଣାଇଛନ୍ତି । ପ୍ରକାଶ ଥାଉକି ଗତ ୧୨/୬ /୨୧ ରେ ଭାରପ୍ରାପ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଅସଦାଚରଣ ଘଟଣା ସାରା ଓଡିଶା ସାମ୍ବାଦିକ ମାନେ ପ୍ରତିବାଦ କରି ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ କାଯ୍ୟ|ନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ,ଶିକ୍ଷା ସଚିବ ଙ୍କୁ ଦାବି ପତ୍ର ଦିୟା ଯାଇଥିଲା । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ ଙ୍କ ଯୋଗାଯୋଗ କରିବାରେ ଖୁବ ଶୀଘ୍ର ବୁଝା ଯିବ ବୋଲି ପ୍ରକାଶ କରିଥିଲେ । ଲିଖିତ ପ୍ରତିଶୃତି ମିଳିବା ଦାବି କରି ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଧାରଣା ରେ ବସିବେ ଶିକ୍ଷକ କର୍ମକର୍ତା ମାନେ ବି ଇ ଓ ଅଫିସ ଆଗରେ ଧାରଣା ଜାରି ରଖିଥିବା ଜଣାପଡିଛି ।

1 COMMENT

  1. ଖଲ୍ଲିକୋଟ ବ୍ଲକର ଶିକ୍ଷାର ପ୍ରଚାର ଓ ପ୍ରସାରକୁ ହେୟମଣି,, ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟରେ ବ୍ୟସ୍ତ ରଖିବା ଓ ଶିକ୍ଷକ ମାନଙ୍କୁ ମାନସିକ ଚାପ ପ୍ରୟୋଗ କରି ଲକ୍ଷ୍ୟଚ୍ୟୁତ୍ କରେଇବା,,,କ୍ଷୋଭ ଓ ପରିତାପର ବିଷୟ ।

LEAVE A REPLY

Please enter your comment!
Please enter your name here