ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

0
33

ମୟୁରଭଞ୍ଜ (ଓବି ନ୍ୟୁଜ)(ସଞ୍ଜୀବ କୁମାର ରଣଜିତ): କରୋନା ମହାମାରୀ ଦୋହଲାଇ ଦେଇଛି ସମସ୍ତ ପ୍ରକାର ସ୍ଥିତି । ମଣିଷ ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଜରୁରୀ । ତେବେ କରୋନା ସମୟରେ ଚାରିଆଡେ ଚିକିତ୍ସା ପାଇଁ ଦେଖାଦେଇଥିଲା ଅମ୍ଳଜାନର ଅଭାବ । ତେବେ ଏହି ଅସୁବିଧାକୁ ଦୃଷ୍ଟିରେ ରଖି କୋଭିଡ-୧୯ ର ଜରୁରୀକାଳୀନ ଚିକିତ୍ସା ପାଇଁ ରାଜ୍ୟ ICICI ବ୍ୟାଙ୍କ ଫାଉଣ୍ଡେସନ ପକ୍ଷରୁ ୧୮ଟି ଅକ୍ସିଜେନ କନସେନଟ୍ରେଟର ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ଜରିଆରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେସିଲେସନ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ରୂପଭାନୁ ମିଶ୍ରଙ୍କୁ ICICI ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ମାନସ ଶାହା, ରିଜିଓନାଲ ହେଡ (ଗଭମେଣ୍ଟ ବ୍ୟାଙ୍କିଙ୍ଗ) ମନୋଜ ଦାସ, ଗଭମେଣ୍ଟ ବ୍ୟାଙ୍କିଙ୍ଗ ଷ୍ଟେଟ ଇନଚାର୍ଯ ଶୁଭ୍ରଜିତ ମହାନ୍ତି, ବାରିପଦା ଶାଖା ପରିଚାଳକ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅକ୍ସିଜେନ କନସେନଟ୍ରେଟର ଗୁଡିକୁ ପ୍ରଦାନ କରିଥିଲେ । ତେବେ କୋଭିଡ କାଳରେ ଜରୁରୀ ସ୍ୱାସ୍ଥ୍ୟ ସେବାରେ ଅକ୍ସିଜେନର ବିଶେଷ ଆବଶ୍ୟକତା ପଡୁଥିବାରୁ ଏହି ଅକ୍ସିଜେନ କନସେନଟ୍ରେଟର ଗୁଡିକ ବିଶେଷ ପ୍ରୟୋଜନରେ ଲାଗିବ ବୋଲି ଜଣା ଯାଇଛି । ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏହି ବଦାନ୍ୟତା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ମିଶ୍ର ବ୍ୟାଙ୍କ କତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here