
ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ)(ଟୁଟୁ ମହାପାତ୍ର):ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଣ ଫୁଟାଇ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ କି ଭାରତୀୟ ହକି ଦଳର ମହିଳା ଓ ପୁରୁଷ ଖେଳାଳି ମାନଙ୍କୁ ଉତ୍ସାହ ପ୍ରହସନ ଓ ପ୍ରେରଣା ଯୋଗାଇ ଆସୁଥିବା ଯୋଗୁଁ ଗୁରୁବାର ଟୋକିଓ ଅଲମ୍ପିକ ରେ ଭାରତର ପୁରୁଷ ହକି ଖେଳାଳୀ ଜର୍ମାନୀ କୁ ହରାଇ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେଲୁଆପଲି ସରପଞ୍ଚ ବିଷ୍ଣୁପ୍ରିୟା ନାୟକ, ହଲଦିଆପଦର ସରପଞ୍ଚ s. ରାଜେଶ୍ୱରୀ ଦୋରା, ଯୁବ ନେତା ଜିତେନ୍ଦ୍ର ରାଉଳ, ନରେଶ ପାତ୍ର, ବିଜୁ ଛାତ୍ର ଦଳ ବ୍ଲକ ସଭାପତି ମିଲେନ୍ଦ୍ର ପ୍ରଧାନ ଏମିତି ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ ଓ କର୍ମିକର୍ତା ଯୋଗ ଦେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।
