ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ କିଶାନ୍ ମଜଦୁର୍ ସଭାର ସଭା ଓ ଶୋଭାଯାତ୍ରା

0
34

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଶ କୁମାର ରାଜୁ): ବିଶ୍ବ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ କାଶୀନଗର ବ୍ଳକର ଜୀବନଦାସଗୁଡା ଗ୍ରାମ ଠାରେ ଆଦିବାସୀ ମାନଙ୍କ ଏକ ସଭା ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ ସଭାରେ କିଶାନ୍ ମଜଦୁର୍ ସଭାର ଜିଲ୍ଲା ସମ୍ପାଦକ କେଦାର ଶବର,  ଜିଲ୍ଲା କମିଟି ସଭ୍ୟ ସୁମ୍ଵୁରା ଶବର, ଚାଷୀ ନେତା ରକମ୍ ଲୋକନାଥମ୍ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖି ଜମି ଓ ଜଙ୍ଗଲ ଉପରେ ଆଦିବାସୀ ମାନଙ୍କ ଅଧିକାର ପାଇଁ ସଂଗ୍ରାମ କରିବାକୁ ଆହ୍ଵାନ ଦେଇଥିଲେ । ରାଜ୍ୟର ଏକ ଚତୁର୍ଥାଂଶ ଲୋକ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ଅବହେଳା କାରଣରୁ ସେମାନଙ୍କ ଭାଷା ଓ ସଂସ୍କୃତି ଆଜି ଲୋପ ପାଇବାକୁ ବସିଛି ବୋଲି କହିଥିଲେ । ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନଜୀବିଙ୍କ ଲଗାତାର ସଂଘର୍ଷ ଫଳରେ ଯେଉଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଛି,  ତାକୁ ଲାଗୁ କରିବାକୁ ବି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନ ଥିବା ବକ୍ତାମାନେ ଅଭିଯୋଗ କରିଥିଲେ । କେନ୍ଦ୍ରର ମୋଦି ସରକାର ବୃହତ୍ତ କର୍ପୋରେଟ୍ ମାନଙ୍କ ସ୍ଵାର୍ଥରେ ଯେଉଁ ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍ ଆଣିଛନ୍ତି ତାହା ଦେଶର କୋଟି କୋଟି ଆଦିବାସୀ କୃଷକଙ୍କୁ ବରବାଦ୍ କରିବା ବୋଲି କହିଥିଲେ ।
ଏହି ଅବସରରେ ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କୁ ଅଧିକାର ଦେବା, ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା, ସବୁ ଜଙ୍ଗଲଜାତ ଓ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କରିବା, କଳା ବିଦ୍ୟୁତ ବିଲକୁ ଫେରାଇ ନେବା, ଆଦିବାସୀ ପିଲାଙ୍କୁ ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା କରିବା, ଆଦିବାସୀ ଭାଷା, ଲିପି ଓ ସଂସ୍କୃତିର ବିକାଶ ବ୍ୟୟ ବରାଦ କରି ସେ ଦିଗରେ ଠୋସ ପଦକ୍ଷେପ ନେବା, ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ହଟାଇବା ବନ୍ଦ କର, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମିରେ ଚାଷ ବାସ କରି ରହୁଥିବା ଆଦିବାସୀଙ୍କୁ ପଟ୍ଟା ଦେବା ଆମର ଦେବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଷ୍ଟାଇପେଣ୍ଡ ରାଶିକୁ ବୃଦ୍ଧି କରିବା ଆଦି ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା କାରୁଗା ଶବର, ଚୈତନ୍ୟ ଶବର ପ୍ରମୁଖ’ଙ୍କ ସମେତ ଶହ ଶହ ଆଦିବାସୀ ଲୋକ ଯୋଗ ଦେଇଥିଲେ। ସଭା ଶେଷରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here