ଟୋପାଏ ପାଣି ପାଇଁ ଡହଳବିକଳ ପଂଚାୟତବାସୀ

0
27

ଗୁମ୍ମା (ଓବି ନ୍ୟୁଜ) (ପ୍ରବୀଣ କୁମାର ଲିମା): ଗ୍ରାମାଞ୍ଚଳରେ ପାନୀୟ ଜଳ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ନ ହେବା ଓ ଜଳକଷ୍ଟ ଯନ୍ତ୍ରଣାରୁ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି । ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ତିନିବର୍ଷ ହେଲା ଓଭେରହେଡ଼ ଟାଙ୍କି ନିର୍ମାଣ ହେଇଚି । ଏହା ଗୁମ୍ମା ବ୍ଲକର ଦୂତୀୟତମ ଓଭେରହେଡ଼ ୩୦ହଜାର ବିଶିଷ୍ଟ ପାଣି ଟାଙ୍କି ଏଠାରେ ୧୪ ଲକ୍ଷ ୯୮ହଜାର ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କାର୍ଯ୍ୟ ସରିବାର ନାଁ ଧରୁନି । ଯାଦ୍ୱାରା ହଜାରେ ଲୋକେ ପାନୀୟ ଜଳ ପାଇଁ ବହୁ ହୀନସ୍ତା ଭୋଗୁଛନ୍ତି । ଏହି ପ୍ରକଳ୍ପ ଶେଷ ପଯ୍ୟାୟରେ ପହଞ୍ଚଥିଲେ ମଧ୍ୟ ୪ଟି ଠିକାଦାର ୫ଟି ଟେଣ୍ଡର ପରେ ବି କାମରେ ଆସୁନି ପ୍ରକଳ୍ପ । ବର୍ତ୍ତମାନ ଗାଁ ଲୋକେ ଖରସ୍ରୋତାର ଦୂଷିତ ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି । ପୁଣି କେଉଁଠି ନଳକୂପ ନିକଟରେ ମହିଳାଙ୍କ ଲମ୍ବା ଧାଡ଼ି ତ ଆଉ କେତେଟି ନଳକୂପ ଅଚଳ ଅବସ୍ଥାରେ ଦେଖିବାକୁ ମିଳୁଛି । କନିଷ୍ଟ ଯନ୍ତ୍ରୀ ନାରାୟଣ ସେଠିଙ୍କ କହିବା ଅନୁସାରେ ମେଗା ପ୍ରୋଜେକ୍ଟ ଚାଲିଛି ଅଳ୍ପ ଦିନ ପରେ ହେଇଯିବ ।

LEAVE A REPLY

Please enter your comment!
Please enter your name here