ମୋରଣ ମୁହଁରେ ସେରଙ୍ଗ ଠାରୁ ଗୁମ୍ମା ରାସ୍ତା, ବିଳମ୍ବ ହେଉଛି ଜିଓ ଟାୱାର କାମ

0
38

ଗୁମ୍ମା (ଓବି ନ୍ୟୁଜ) (ପ୍ରବୀଣ କୁମାର ଲିମା) ; ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଜିଓ ସେଲୁଲାର ସିଗ୍ନାଲ ଟାୱାରର ଆରମ୍ଭ କରିବା ପାଇଁ ବୋଉ ବିଳମ୍ବ ହେଉଛି।ସୂଚନା ଅନୁସାରେ ଗୁମ୍ମା, ଗାଇବାରେ ଠାରେ ଜିଓ ସେଲୁଲାର ସିଗ୍ନାଲ କାମ କରିସାରିଛି।ସେରଙ୍ଗ ଗ୍ରାମର ବି ଏମିତି ଏକ ଜିଓ ଟାୱାର ଦୀର୍ଘ ବର୍ଷ ଧରି ପଡ଼ି ରହିଛି ଏହାକୁ ତତ୍କାଳୀନ ସମୟରେ ଚାଲୁ କରିବା ପାଇଁ ପ୍ରୟାସ ଚାଲିଛି ।ଏହି କାମ ନିମନ୍ତେ ସେରଙ୍ଗ ଠାରୁ ଗୁମ୍ମାର ପ୍ରାୟ ୮କିଲୋମିଟର ମୁଖ୍ୟ ରାସ୍ତା କଡ଼ ଦେଇ ଫାଇବର ତାର ପାଇଁ ଜେସିପି ମାଧ୍ୟମରେ ମାଟି ଖୋଳା ଯାଉଛି । ମୁଖ୍ୟ ରାସ୍ତା ଉପରେ ମାଟି,ପଥର ପଡ଼ି ରାସ୍ତା ଅବରୋଧ ହେବା ଅବସ୍ଥାରେ ରହିଛି । ଏହି ରାସ୍ତା ହେଉଛି ଘାଟି ରାସ୍ତା ଅଧିକାଂଶ ସ୍ଥାନରେ ଦୁର୍ଘଟଣା ଘଟିଛି ଏହି ରାସ୍ତା ଦେଇ ବାଇକ,ଅଟୋ,ବସ ଓ ମାଲ ପରିବହନ ଗାଡି ଦିନ ରାତି ପାରଳାଖେମୁଣ୍ଡି ସହର କିମ୍ବା ବ୍ରହ୍ମପୁର ଯିବା ଆସିବା କରିଥାଏ । ରାସ୍ତା ଉପରେ ମାଟି ପଡିରହିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟିବାର ସମ୍ବାବନା ରହିଛି ।ଏପରି କାର୍ଯ୍ୟ କୁ ଅଞ୍ଚଳବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଯେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଦୁର୍ଘଟଣା ଘଟିଲେ ଵିଭାଗ୍ୟ କତ୍ତୃପ ଦାଇ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ଡ଼ଃ ପୋଲବ କୁମାର ଲିମ୍ମାଙ୍କ କହିଛନ୍ତି ଯେ ଏହି ରାସ୍ତାରେ ଗୋଟିଏ ଗାଡ଼ି ଗଲେ ଆଉ ଏକ ଗାଡିକୁ ରାସ୍ତା ନାହିଁ ବୋଲି କହିଛନ୍ତି।ସେପଟେ ବିଭାଗ୍ୟ ଅଧିକାରୀ ସୁଶୀଲ କୁମାର ସାତୁଆ କହିଛନ୍ତି ଆମ ଜେସିପି ପୋଲିସ ଅଟକି ରୋଖିଥିଲେ ତେଣୁ ବିଳମ୍ବ ହେଇଛି ଶୀଘ୍ର କାମ ସାରିଦେବୁ ।

LEAVE A REPLY

Please enter your comment!
Please enter your name here