ମକା ଖାଆନ୍ତୁ, ଦୃଷ୍ଟି ଶକ୍ତି ବଢ଼ାନ୍ତୁ

0
15

ଏବେ ବର୍ଷା ଦିନ । ବର୍ଷା ଦିନେ ମକା ଖାଇବା ମଜା ବେଶ୍‌ ନିଆରା । ଅଧିକାଂଶ ଲୋକଙ୍କୁ ବର୍ଷା ଦିନେ ଗରମ ଗରମ ମକା ଖାଇବା ଭାରି ପସନ୍ଦ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଏହାର ଲାଭ ମଧ୍ୟ ସେତିକି ଅଧିକା । ମକା ଖାଇବା ଦ୍ୱାରା ଆମ ଶରୀରରକୁ ଅନେକ ଲାଭ ମିଳିଥାଏ । ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି । ମକା ଆମ ପାଚନ ଶକ୍ତିକୁ ସକ୍ରିୟ କରେ । ଏଥିସହ ଏହା ଆମକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରେ । ତେବେ ଏହାକୁ ଖାଇବା ଦ୍ୱାରା ଆଉ କେଉଁ ସବୁ ଲାଭ ମିଳିଥାଏ ଆସନ୍ତୁ ଜାଣିବା ।

– ସୁଇଟ୍‌ କର୍ଣ୍ଣ ବା ମକାରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ଆଖି ପାଇଁ ବେଶ ଲାଭଦାୟକ । ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ମକାରେ କାରୋଟିନଏଡ୍ ଥାଏ, ଏହା ଦୃଷ୍ଟି ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ।

– ମକା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ନିଜ ଖାଦ୍ୟରେ ସାମିଲ କରି ଆପଣ କୋଷ୍ଟକାଠିନ୍ୟ, ଗ୍ୟାସ୍, ଅମ୍ଳତା ସମସ୍ୟାରୁ ମୁକ୍ତି ପାଇପାରିବେ।

– ଓଜନ କମାଇବାରେ ବି ସାହାଯ୍ୟ କରେ ମକା। ଏହାକୁ ଖାଇବା ଦ୍ୱାରା ଶୀଘ୍ର ପେଟ ପୂରିଯାଏ ଏବଂ ସହଜରେ ଭୋକ ହୁଏନି। ମକାରେ ଫ୍ୟାଟ୍‌ ଅଂଶ ବହୁତ କମ୍‌ ଥାଏ, ତେଣୁ ଏହା ଓଜନ କମାଇବରେ ସହାୟକ ହୋଇଥାଏ।

– ସୁଇଟ୍‌ କର୍ଣ୍ଣ ବା ମିଠା ମକା ଖାଇବା ଦ୍ୱାରା ଏନିମିଆ ତଥା ରକ୍ତହୀନତାର ଆଶଙ୍କା କମିଯାଏ। ମକରରେ ଭିଟାମିନ୍ B12, ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ।

– ଭିଟାମିନ B6, ଆଇରନ୍‌, ଭିଟାମିନ-A, ଥିଆମିନ୍‌, ଜିଙ୍କ ଏବଂ ମାଗ୍ନିଶିଅମ ମକାରେ ଭରପୂର ମାତ୍ରାରେ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏଥିରେ ଏହା ଇମ୍ୟୁନିଟି ପାୱାରକୁ ମଧ୍ୟ ମଜଭୁତ କରିଥାଏ।

– ସୁଇଟ୍‌ କର୍ଣ୍ଣରେ ଫାଇଭର ଥାଏ। ଏଥିରେ ଅନେକ ପରିମାଣର ଭିଟାମିନ୍ସ ମଧ୍ୟ ମିଳେ, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ । ମକା ଡାଇବେଟିସ କଣ୍ଟ୍ରୋଲ କରିବାରେ ମଧ୍ୟ ସହାଯ୍ୟ କରେ।

LEAVE A REPLY

Please enter your comment!
Please enter your name here