୭୫ତମ ସ୍ବାଧିନତା ଦିବସ ହର୍ସ୍ବୋଲ୍ଲାସର ସହ ପାଳିତ

0
18

ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ) ; ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ୭୫ତମ ସ୍ବାଧିନତା ଦିବସ ଆଜି ଜି.ଉଦୟଗିରି ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ସ୍ଥାନୀୟ ବିଡିଓ ବିଜୟ କୁମାର ପ୍ରଧାନ ଯୋଗଦେଇ ପ୍ରଥମେ ସହରରେ ଥିବା ଜାତିର ପିତା ମହାତ୍ମା୍ ଗାନ୍ଧୀ ଓ ବୀର ଶହୀଦ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପ ମାଲ୍ୟାର୍ପଣ କରିଥିଲେ।ପରେ ସ୍ଥାନୀୟ ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପହଞ୍ଚି ନିର୍ଦ୍ଧାରିତ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାମାରୀ କୋଭିଡ ସମୟରେ ସ୍ଥାନୀୟ ପ୍ରଶାସନକୁ ଅଞ୍ଚଳବାସୀ ସହଯୋଗ କରିଥିବାରୁ ସମସ୍ତଙ୍କୁ ଆନ୍ତରିକ ଶୁଭେଛା ଜଣାଇଥିଲେ। ଆଗକୁ ଭାଇଚାରା ନେଇ ଏମିତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିବା ସହ କୋଭିଡ କଟକଣାକୁ ମାନିବାକୁ ଆଜି ଭଳି ପବିତ୍ର ଦିନରେ ଶପଥ ନେଇ କରୋନାକୁ ହରାଇବାକୁ ଚେଷ୍ଟା କରିବା ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସର୍ବଦା ମାସ୍କ,ସାନିଟାଇଜର ବ୍ୟବହାର କରିବା ସହ ସାଧାରଣ ଦୂରତା ବଜାୟ ରଖି ନିଜ ଅମୂଲ୍ୟ ଜୀବନ ରକ୍ଷା କରିବା ସହ ଅନ୍ୟକୁ ରକ୍ଷା କରନ୍ତୁ ବୋଲି ମଧ୍ୟ କହିଥିଲେ। ଏଥି ସହିତ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ କୋଭିଡ ନିୟମ ଅନୁଯାୟୀ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here