ବିଜେପି ଗଡରେ ବିଜେଡି’ର ଶଙ୍ଖନାଦ

0
70

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଷ କୁମାର ରାଜୁ) ; ଗଜପତି ଜିଲ୍ଲା’ରେ ବିଜେପି ଦଳର ଗଡ଼ ଭାବେ ପରିଚିତ କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ପଞ୍ଚାୟତ ଅଞ୍ଚଳ’ର ଶତାଧିକ ବିଜେପି କର୍ମୀ ଆଜି ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ବିଜେପି ଦଳ ଛାଡି ବିଜେଡି ଦଳରେ ଯୋଗ ଦେଇଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ’ଙ୍କ ବିକାଶମୂଳକ କାର୍ଯ୍ୟଧାରା’ରେ ହେବାସହ ବିଜେଡି ଦଳର ନୀତି-ଆଦର୍ଶ’ରେ ଅନୁପ୍ରାଣିତ ହୋଇ ଆଜି ହାଡୁଭାଙ୍ଗି ପଞ୍ଚାୟତ’ର ଚୁଡଙ୍ଗପୁର ଗ୍ରାମରେ ବିଜେଡି ଦଳର ଏକ ଦଳୀୟ କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ବିଜେପି ଛାଡି ବିଜେଡି ଦଳରେ ଯୋଗ ଦେଇଛନ୍ତି ।
ଏହି ଶତାଧିକ ବିଜେପି କର୍ମୀ ବିଜେପି ଦଳ ଛାଡି ଚୁଡଙ୍ଗପୁର ଠାରେ ବିଜେଡି ଦଳର ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ’ଙ୍କ ଉପସ୍ଥିତି’ରେ ବିଜେଡି ଦଳରେ ଯୋଗ ଦେଇଥିଲେ । ବିଜେପି ଦଳ ଛାଡି ଆସିଥିବା ସେହି ଶତାଧିକ କର୍ମୀ’ଙ୍କୁ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ , ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ , ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀ ଏସ: ଲିଙ୍ଗରାଜ ଏବଂ ବରିଷ୍ଠ ନେତା ଡ଼ଃ ତିରୁପତି ପାଣିଗ୍ରାହୀ ପ୍ରମୁଖ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
ଆଗାମୀ ଦିନ ମାନଙ୍କ’ରେ ହାଡୁଭାଙ୍ଗି ପଞ୍ଚାୟତ ଅଞ୍ଚଳ ସମେତ ଖାରଡ଼ା ଓ କେ: ସୀତାପୁର ପ୍ରଭୃତି ପଞ୍ଚାୟତ ଅଞ୍ଚଳ ମାନଙ୍କରେ ଦଳୀୟ ସଂଗଠନ ସ୍ଥିତି ଅଧିକ ମଜଭୁତ ହେବାସହ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଆହୁରି ଅଧିକ ଦୃଢ଼ୀଭୂତ ହେବାରେ ବେଶ ସହାୟକ ହୋଇପାରିବ ବୋଲି ବିଜେଡି ଦଲପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here