ଏସଏମଆଇଟି ତରଫରୁ ନବଜୀବନ ବାଳାଶ୍ରମରେ ବସ୍ତ୍ର ଓ ଛତା ବଂଟନ

0
71

ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁରସ୍ଥିତ ସଂଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସଏମଆଇଟି) ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୭ ତାରିଖ ଦିନ ମଦନମୋହନପୁର ଜନଜୀବନ ବାଳାଶ୍ରମରେ ଅନ୍ତେବାସୀଙ୍କୁ ଲୁଗା ଓ ଛତା ବଂଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ବିଜେଡି ନେତା ଡ.ଭଗବାନ ଗନ୍ତାୟତ ଏବଂ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ବାଳାଶ୍ରମର କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏସଏମଆଇଟି ଅନୁଷ୍ଠାନ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କର୍ରିାସୁଛି । ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ପରିଚାଳକ, ବେଦଶାଳାର ପ୍ରଧାନାଚାର୍ଯ୍ୟ ଗଙ୍ଗାଧର ପଣ୍ଡା, ଇଂ.ଅମରେଶ ସାହୁ, ଇଂ.ଶୁଭ୍ରାଂଶୁ ଦାସ, ଇଂ.ଶାନ୍ତନୁ ପାତ୍ର, ପ୍ରଶାନ୍ତ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଗ୍ରାମର ବିକଳାଙ୍ଗ ଶିକ୍ଷିତ ଯୁବକ ସନ୍ତୋଷ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରୁଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସାଧାରଣରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here