ମୁଁ ଟିକଟ ପାଇ ନିର୍ବାଚିତ ହେଲେ ଅବହେଳିତ ଅଞ୍ଚଳ’ର ଚିତ୍ର ସମ୍ପୂର୍ଣ୍ଣ ବଦଳାଇ ଦେବୀ: ରଶ୍ମି ରଞ୍ଜନ

0
228

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(ଗଣେଶ ରାଜୁ):ଆଗାମୀ ସାଧାରଣ ନିର୍ବାଚନ’ରେ ମୋତେ ଯଦି ବ୍ରହ୍ମପୁର ଲୋକସଭା ଆସନ’ରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଟିକଟ ମିଳେ ଏବଂ ନିର୍ବାଚିତ ହୁଏ , ତା’ହେଲେ ମୁଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ’ର ବିଭିନ୍ନ ଅବହେଳିତ ଅଞ୍ଚଳ’ର ଭାଷା ଓ ଚିତ୍ର’କୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବି ବୋଲି ପାରଳାଖେମୁଣ୍ଡି ସ୍ଥିତ ପିଡବ୍ଲ୍ୟୁଡି ଗେଷ୍ଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ’ରେ ସୂଚନା ଦେଇ କହିଛନ୍ତି ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱ’ରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟନାୟକ ।
ସେ କହିଛନ୍ତି ଯେ , କଂଗ୍ରେସ’ର ଚିରାଚରିତ ସାଂସଦ ଆସନ ହେଲା ବ୍ରହ୍ମପୁର ଏବଂ ବିଶେଷ ଭାବେ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ।। ଏମିତିକି , କଂଗ୍ରେସ’ର ଦୁର୍ଦ୍ଦିନ ସମୟ’ରେ ଗଜପତି ଜିଲ୍ଲା ହିଁ ଅତୀତରେ ସବୁବେଳେ ସାଥ ଦେଇ ଆସିଛି । ହେଲେ , କଂଗ୍ରେସ’ର ସାଂସଦ ପ୍ରାର୍ଥୀ ମାନେ ନିର୍ବାଚନ’ରେ ଏହି ଅଞ୍ଚଳ’ରୁ ବହୁଭୋଟ ପାଉଥିଲେ ମଧ୍ୟ ତାର ପରବର୍ତ୍ତୀ କାଳରେ ଅବହେଳିତ ଅଞ୍ଚଳ’ର ବିକାଶ ପାଇଁ କେବେ ହେଲେ ଗୁରୁତ୍ୱ ଦେଇ ନାହାନ୍ତି , ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ମୁଁ କହି ରଖିବା ସହ ଏଠାରେ ପ୍ରତିଶ୍ରୁତି ରଖୁଛି ଯେ , ମୋତେ ଯଦି ଆଗାମୀ ନିର୍ବାଚନ’ରେ ବ୍ରହ୍ମପୁର ସାଂସଦ ଆସନ’ରେ ପ୍ରତିଦ୍ବନ୍ଦିତା ପାଇଁ କଂଗ୍ରେସ ଟିକଟ’ର ସୁଯୋଗ ମିଳେ ଏବଂ ମୁଁ ନିର୍ବାଚିତ ହୋଇ ଆସିଲେ ଅବହେଳିତ ଅଞ୍ଚଳ’ର ଭାଷା ଓ ଚିତ୍ର ବଦଳାଇ ଦେବି ।
ଏଇ ମଧ୍ୟରେ ସରକାର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ପୌର ଓ ଏନଏସି: ନିର୍ବାଚନ କରାଇବା ପାଇଁ ତପ୍ତରତା ପ୍ରକାଶ କରିଛନ୍ତି ଏବଂ ସେଥିପାଇଁ ବିଭିନ୍ନ ସ୍ତର’ରେ ସରକାର ସଜବାଜ ହେଉଛନ୍ତି ।
ସେହି ପରିପ୍ରେକ୍ଷୀରେ , ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶରଥି ଗମାଙ୍ଗ ଯେଉଁ ନିର୍ବାଚନୀ ରଣ-କୌଶଳ ନୀତି ଆରମ୍ଭ କରିଛନ୍ତି , ସେଥିରେ ମୋର ପୂର୍ଣ୍ଣ-ସମର୍ଥନ ରହିଛି । ଯେନ-ତେନ ପ୍ରକାରେ ମୁଁ ତାଙ୍କ ସହିତ ଠିଆହେବି ଏବଂ ତାହାମଧ୍ୟ ତନ ମନ ଓ ଧନ ଦ୍ୱାରା ହେବ ବୋଲି ଶ୍ରୀ ପଟନାୟକ କହିଛନ୍ତି ।
ଲୋକସଭା ନିର୍ବାଚନ ହେବାପାଇଁ ଆହୁରି ପ୍ରାୟ ୩ ବର୍ଷ ସମୟ ରହିଛି । ନିର୍ବାଚନ ସମୟରେ କୋଣସି ତରବରିଆ ଯାହାକି , ବିବାହ ବେଳେ ବାଇଗଣ ରୁଆ ହେବନି । ଆଗରୁ ଦିନଥିଲା , ଏ ସାଂସଦ ଆସନ’ରେ ଯେଉଁଠୁ ଯିଏ ଆସି କଂଗ୍ରେସ ଟିକଟ’ରେ ପ୍ରତିଦ୍ବନ୍ଦିତା କରୁଥିଲେ ଜିତି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଆଉ ସେହି ପ୍ଲାଟଫର୍ମ ନାହିଁ ।
ବର୍ତ୍ତମାନ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ମୋ ପାଇଁ ଏକ ବଡ଼ ଅପସନ ଓ ସୁଯୋଗ ହେବ ଯେ ଏହି ନିର୍ବାଚନ’ରେ କିଛିକରି ଦେଖାଇବା ପାଇଁ । ଲୋକଙ୍କୁ ଜାଣିବା ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ଓ କିଛି କରିବା ପାଇଁ ମୋତେ ଢେର ସମୟ’ର ସୁଯୋଗ ମିଳିବ । ଏବେ ସେ ସମୟ ମୋ ପାଖରେ ଆସି ଆସି ଯାଇଛି । ତାକୁ ଆଧାର କରି ମୁଁ ମୋର କାମ ନିର୍ବାଚନ ମଣ୍ଡଳୀ’ରେ ଆଗେଇନେବି ଓ ନେଉଛି ମଧ୍ୟ ବୋଲି କହିଥିଲେ ।
ଜଗନ୍ନାଥ ମହାପ୍ରଭୁ ଯଦି ଚାହିଁବେ , ତା’ହେଲେ ଏଠାରେ ପ୍ରତିଶ୍ରୁତି ଦେଇ କହୁଛି ଯେ , ସବୁଠାରୁ ଉତ୍ତମ ତଥା ବେଷ୍ଟ ରିଫାଇନାରୀ , ଲୋକସଭା ମଣ୍ଡଳୀ’ର ଯେଉଁଠି ହେଲେ କରି ଦେଖାଇବି ଏବଂ ତାହା ନିଶ୍ଚିତ ଭାବେ ସମ୍ଭବ ହେବ ମୁଁ ଏଠାରୁ ନିର୍ବାଚିତ ହେବା ପରେ ହିଁ ।
ଏଇ ଆଦିବାସୀ ବହୁଳ ଅଞ୍ଚଳ’ର ଅଧିବାସୀ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ଅଛନ୍ତି । ଅଞ୍ଚଳ’ରେ ମୁଖ୍ୟତଃ ଡାକ୍ତରଖାନା ଓ ରାସ୍ତା’ର ଭିତ୍ତିଭୂମି’ର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ଧୂଆଁବାଣ ଚାଲିଛନ୍ତି , ପ୍ରକୃତ’ରେ ତାହା କିଛି ହୋଇନାହିଁ ।
ଏ ଅଞ୍ଚଳ’ରେ ମୁଖ୍ୟତଃ ଆଦିବାସୀ ମାନଙ୍କ ରୋଜଗାରକ୍ଷମ କରାଇବା ବ୍ୟବସ୍ଥା ସହ କ୍ରୀଡ଼ାର ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ । ଆମକୁ ଯଦି ଆଗାମୀ ନିର୍ବାଚନ’ରେ ସୁଯୋଗ’ର ମୌକା ମିଳେ , ତା’ହେଲେ ଗଜପତି ଜିଲ୍ଲାରେ ଆଦିବାସୀ କ୍ରୀଡା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇ ଆଗାମୀ ଅଲିମ୍ପିକ ଖେଳରେ ଗଜପତି ଜିଲ୍ଲାଞ୍ଚଳ’ରୁ ଅନ୍ୟୁନ ୨ ଟି ମେଡାଲ ନିଶ୍ଚିତ ଭାବେ ଆସିବାର ସମ୍ଭାବନା’କୁ ସୁନିଶ୍ଚିତ କରାଯିବ ବୋଲି ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟନାୟକ , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here