ସାନଭାଇର ଧାରୁଆ ଅସ୍ତ୍ର ଆକ୍ରମଣରେ ବଡ ଭାଇର ମୃତ୍ୟୁ

0
26

ବେଗୁନିଆପଡ଼ା (ଓବି ନ୍ୟୁଜ) (ଗାୟତ୍ରୀ ଦେବୀ): କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଗ୍ରାମର ଜଗତ ସାହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ସାନ ଭାଇର କାତି ଚୋଟରେ ବଡଭାଇ ମୃତ୍ୟୁବରଣ କରିଛି l ମୃତକ ଜଣକ ହେଲେ ସ୍ବର୍ଗତ ଗଙ୍ଗାଧର ପାଣିଗ୍ରାହୀଙ୍କ ବଡ ପୁଅ କିଶୋର ପାଣିଗ୍ରାହୀ (୫୬) l ବୁଧବାର ସକାଳୁ କୌଣସି କାରଣକୁ ନେଇ ବଡ ଭାଇ କିଶୋର ଓ ସାନ ଭାଇ ରାଧାଶ୍ୟାମଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା l ପରେ ବଡ଼ ଭାଇ ଖାଇ ବସିଥିବା ସମୟରେ ସାନ ଭାଇ ରାଧାଶ୍ୟାମ ପାଣିଗ୍ରାହୀ (୪୨) ଏକ ଧାରୁଆ କାତି ଆଣି କିଶୋରଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ଫଳରେ ବଡଭାଇ କିଶୋର ପାଣିଗ୍ରାହୀ ଗୁରୁତର ହୋଇଥିଲେ l ତାଙ୍କୁ ପରିବାର ଲୋକ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆକ୍ରମଣ ପରେ ରାଧାଶ୍ୟାମ ଘଟଣା ସ୍ଥଳରୁ ଫେରାର ହୋଇଯିବା ପରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଓ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆସାମୀ ରାଧାଶ୍ୟମକୁ ଗିରଫ କରିଛନ୍ତି । କିଶୋରଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ମୃତକ କିଶୋର ପାଣିଗ୍ରାହୀଙ୍କ ତିନି ଝିଅ, ଗୋଟିଏ ପୁଅ ଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ କୋଦୋଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

LEAVE A REPLY

Please enter your comment!
Please enter your name here