କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମିଳନୀ

0
54

ପାରଳାଖେମୁଣ୍ଡି (ଓବି ନ୍ୟୁଜ) (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ କଳିଙ୍ଗ ଗ୍ରାମରେ କଂଗ୍ରେସ ଦଳର ଏକ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସସରରେ ପ୍ରଥମେ ଜିରାଙ୍ଗ ଗ୍ରାମ ଏବଂ ପରେ ବିଭିନ୍ନ ଗ୍ରାମ ଠାରେ ଶତାଧିକ କଂଗ୍ରେସ କର୍ମୀ ଓ ଗ୍ରାମବାସୀଙ୍କ ତରଫରୁ  ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଫୁଲତୋଡା ଦେଇ ବାଜା ଢୋଲ  ସହ ଭବ୍ୟ ସ୍ୱାଗତ କରିଥିଲେ । ଏତଦବ୍ୟତୀତ ସମ୍ପୃକ୍ତ ଅଞ୍ଚଳକୁ ପ୍ରଥମ କରି ଆସିଥିବା ରାଜ୍ୟ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା   ରଶ୍ମି ରଞ୍ଜନ ପଟନାୟକ ମଧ୍ୟ ସେମାନଙ୍କ ଗହଣରେ ପହଞ୍ଚିଥିବା ଯୋଗୁଁ ଦଳୀୟ ନେତା , କର୍ମୀ ଓ ସମର୍ଥକ ମାନଙ୍କ ସମେତ ବିଭିନ୍ନ ଗ୍ରାମବାସୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା ।  ପରେ କଳିଙ୍ଗ ଗ୍ରାମରେ ଦଳ ପକ୍ଷରୁ  ବନ୍ଧୁ-ମିଳନ ପୂର୍ବକ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭା କାର୍ଯ୍ୟକ୍ରମରେ କଳିଙ୍ଗ ଗ୍ରାମ ସହ ଆଖ ପାଖ ୧୦ ଗୋଟି ଗ୍ରାମାଞ୍ଚଳର କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଏହି ବନ୍ଧୁ ମିଳନ ସଭା  କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ  ଆଖପାଖ ଗ୍ରାମର ଶତାଧିକ ସଂଖ୍ୟାରେ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ । ସାମିଲ ହୋଇଥିବା କର୍ମୀ ମାନଙ୍କୁ  ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଦଳୀୟ ଉତ୍ତରୀୟ ଓ ଫୁଲ ତୋଡା ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ  ।  ଦୀର୍ଘମାସ ଧରି ଏହି ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳ’ରେ ଥିବା କଳିଙ୍ଗ ଗ୍ରାମ’କୁ ସଡ଼କ ସୁବିଧା ନ ଥିଲା , ବର୍ତ୍ତମାନ କିନ୍ତୁ ମୋହନା ବିଧାୟକଙ୍କ ଉଦ୍ୟମ ଯୋଗୁଁ  ସେ ଅଞ୍ଚଳରେ ରାସ୍ତା କାର୍ଯ୍ୟ ଆଗେଇ ଚାଲିଛି । 
ଅନ୍ୟପକ୍ଷରେ ତୁରନ୍ତ ସେହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ  କରାଯାଇ ଅଞ୍ଚଳବାସୀଙ୍କ ନିମନ୍ତେ କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନ ରେ ଏହି ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବ ଏବଂ ଅଟକି ରହିଥିବା ବିଭିନ୍ନ ଯୋଜନା କାର୍ଯ୍ୟ ସମ୍ପୁର୍ଣ୍ଣ କରାଯିବା ସହବଞ୍ଚିତ ଥିବା  ହିତାଧିକାରୀ ମାନଙ୍କୁ  ତୁରନ୍ତ ଆବାସିକ ଯୋଜନାରେ ଘର ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବେ  ବୋଲି ମୋହନା ବିଧାୟକ ଶ୍ରୀ ଗମାଙ୍ଗ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି।                     ସେହିଭଳି ରାଜ୍ୟ କିଷାନ କଂଗ୍ରେସର ଦାୟିତ୍ୱରେ ଥିବା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଆୟୋଜିତ ବନ୍ଧୁମିଲନ ସଭା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ,  ଯଦି ସେ  ଆଗାମୀ ନିର୍ବାଚନ ରେ ସାଂସଦ ପ୍ରାଥୀ ହୁଅନ୍ତି ଓ ନିର୍ବାଚିତ ହୁଅନ୍ତି ତା ହେଲେ ସେ ଆଦିବାସୀ ବହୁଳ ଅଞ୍ଚଳରେ କୃଷି-ଉଦ୍ୟାନ କାର୍ଯ୍ୟ ଓ ଆଦିବାସୀ କ୍ରୀଡା ଉପରେ ଅଧିକ  ଗୁରୁତ୍ୱ ତଥା ପ୍ରାଥମିକତା ଦେବେ ।ଏହି ଅଞ୍ଚଳରେ ଅଙ୍ଗୁର, ଏପୁଲ, କମଳା, ପିଜୁଳି, ସପୁରୀ ବିଭିନ୍ନ ପ୍ରକାରର  ଫଳଚାଷ ଉତ୍ପାଦନ କରାଯିବା  ଦିଗରେ ଏବଂ ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ ହେବାପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏଥିସହିତ ସେହି ଉତ୍ପାଦନର ବଜାର ସୁବିଧା ବ୍ୟବସ୍ଥା ସହ ଶିତଲଭଣ୍ଡାର(କୋଲଡ଼ ଷ୍ଟୋରେଜ)ର ସୁବିଧା ବ୍ୟବସ୍ଥା କରିବେ ବୋଲି ଅଞ୍ଚଳବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌର ଉପାଧ୍ୟକ୍ଷ ସଞ୍ଜୟ କୁମାର ଅଧିକାରୀ, ଅଭିମନ୍ୟୁ ପଣ୍ଡା , ଯୁବ ଆଦିବାସୀ ନେତା ତଥା ଗୁମାବ୍ଲକ  କଂଗ୍ରେସ ସଭାପତି ବେର୍ନିକ ଗମାଙ୍ଗ, ଈଶ୍ୱର କୁନା ମାଝୀ , ତ୍ରିନାଥ ପାତ୍ର, , ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା ପ୍ରମୁଖ ବହୁ ସଂଖ୍ୟାରେ ଦଳୀୟ ନେତା, କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here