ଏମ୍‌ଏସ୍ ଧୋନିଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

0
61

ନୂଆଦିଲ୍ଲୀ (ଓବି ନ୍ୟୁଜ) : ଖୁବ ଶୀଘ୍ର କ୍ରିକେଟ୍ ପଡ଼ିଆରେ ଏମ୍ଏସ୍ ଧୋନିଙ୍କୁ ଦେଖିବାକୁ ମିଳିବ। ୟୁଏଇରେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଧୋନି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଧୋନିଙ୍କ ଚର୍ଚ୍ଚା ତାଙ୍କର ନୂଆ ହେୟାରଷ୍ଟାଇଲ୍‌କୁ ନେଇ ହେଉଛି । ନିକଟରେ ଧୋନି ଏକ ବିଜ୍ଞାପନର ସୁଟ୍ ପାଇଁ ନୂଆ ହେୟାର୍ ଷ୍ଟାଇଲ୍ କରିଥିଲେ ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । କିନ୍ତୁ ଏଥର ପ୍ରଶଂସକ ତାଙ୍କର ଏହି ଲୁକ୍‌କୁ ନେଇ ଏତେ ଖୁସି ନୁହଁନ୍ତି । ଆଇପିଏଲ୍ ୨୦୨୧ ର ବ୍ରଡକାଷ୍ଟର୍ ଚ୍ୟାନେଲ୍ ଷ୍ଟାର୍ ସ୍ପୋର୍ଟସ୍ ଦ୍ୱାରା ଏମ୍ଏସ୍ ଧୋନିଙ୍କ ଏହି ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଧୋନିଙ୍କ କେଶ ରଙ୍ଗ-ବେରଙ୍ଗ ହୋଇଛି ଏବଂ ସେ ଷ୍ଟାର ପ୍ରିଣ୍ଟର ଜ୍ୟାକେଟ୍ ପିନ୍ଧିଛନ୍ତି । ଧୋନି ଏକ ରକଷ୍ଟାର ଭାବରେ ନଜର ଆସିଛନ୍ତି । ଏହା ଏକ ବିଜ୍ଞାପନର ଫଟୋ ଯେଉଁଥିରେ ଲେଖା ଅଛି – ‘ଅସଲି ପିକ୍ଚର ଅଭି ବାକି ହେ’ । ଧୋନିଙ୍କ ଏହି ଲୁକ୍ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସୁନାହିଁ । ଅନେକ ଫ୍ୟାନ୍ସ ପ୍ରସାରଣ କରିଥିବା ଚ୍ୟାନେଲକୁ ଗାଳି ଦେଉଛନ୍ତି । ଏଥିସହିତ କିଛି ଫ୍ୟାନ୍ସ ଧୋନିଙ୍କୁ ବଲିଉଡ ଷ୍ଟାର ରଣବୀର ସିଂଙ୍କଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ନିକଟରେ ଧୋନି ମୁମ୍ବାଇରେ ଏକ ଫୁଟବଲ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ରଣଭୀର ସିଂ ମଧ୍ୟ ଭାଗ ନେଇଥିଲେ । ଧୋନି ମୁମ୍ବାଇରେ ଏହି ବିଜ୍ଞାପନର ସୁଟିଂ କରିଥିଲେ ଏବଂ ତାଙ୍କୁ ଟିମ୍ ଇଣ୍ଡିଆର ନୂଆ ରେଟ୍ରୋ ଜର୍ସିରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଧୋନି ଏହି ରଙ୍ଗ-ବେରଙ୍ଗ ହେୟାର ଷ୍ଟାଇଲ ଆଇପିଏଲ୍ ୨୦୨୧ ର ନୂଆ ବିଜ୍ଞାପନ ପାଇଁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here